FeaturedLatestNewsPolitics

ରାଜ୍ୟସଭାକୁ ନିର୍ଦ୍ୱନ୍ଦ୍ୱରେ ନିର୍ବାଚିତ ହେଲେ ମମତା ମହାନ୍ତ

ଭୁବନେଶ୍ବର (ସଂକେତ ଟିଭି): ବିଜେପି ପ୍ରାର୍ଥୀ ମମତା ମହାନ୍ତ ରାଜ୍ୟସଭାକୁ ନିର୍ଦ୍ବନ୍ଦରେ ନିର୍ବାଚିତ ହୋଇଛନ୍ତି । ମମତା ସାର୍ଟିଫିକେଟ ନେବାକୁ ବିଧାନସଭାରେ ପହିଞ୍ଚିଥିଲେ । ରିଟର୍ନିଙ୍ଗ ଅଫିସରଙ୍କ ଠାରୁ ସେ ସାର୍ଟିଫିକେଟ ଗ୍ରହଣ କରିଛନ୍ତି ।

ଗତ ୨୨ ତାରିଖରେ ଓଡ଼ିଶାରେ ଖାଲି ପଡ଼ିଥିବା ଏକମାତ୍ର ଆସନ ପାଇଁ ୨ ଜଣ ପ୍ରାର୍ଥୀ ନାମାଙ୍କନ ପତ୍ର ଦାଖଲ କରିଥିଲେ। ବିଜେପି ଟିକଟରୁ ପୂର୍ବତନ ସାଂସଦ ମମତା ମହାନ୍ତ ପ୍ରାର୍ଥୀପତ୍ର ଦାଖଲ କରିଥିବା ବେଳେ ସ୍ୱାଧୀନ ଭାବେ ବିଜେପି ନେତା ଜଗନ୍ନାଥ ପ୍ରଧାନ ମଧ୍ୟ ନାମାଙ୍କନ ଭରିଥିଲେ। ଉଭୟଙ୍କ ପ୍ରାର୍ଥୀପତ୍ର କାଏମ ରହିଥିଲା। ଆଜି ସକାଳେ ଜଗନ୍ନାଥ ନିଜ ନାମାଙ୍କନପତ୍ର ପ୍ରତ୍ୟାହାର କରିଥିଲେ। ପାର୍ଟି ନିର୍ଦ୍ଦେଶରେ ନାମାଙ୍କନ ପ୍ରତ୍ୟାହାର କରିଛନ୍ତି ବୋଲି ଜଗନ୍ନାଥ ପ୍ରଧାନ କହିଥିଲେ। ଜଗନ୍ନାଥ ପ୍ରଧାନ ନାମାଙ୍କନ ପ୍ରତ୍ୟାହାର ପରେ ବିଜେପି ପ୍ରାର୍ଥୀ ମମିତା ମହାନ୍ତ ରାଜ୍ୟସଭାକୁ ନିର୍ନ୍ଦ୍ବନ୍ଦରେ ନିର୍ବାଚିତ ହୋଇଛନ୍ତି ।

ପ୍ରାର୍ଥିତ୍ବ ପ୍ରତ୍ୟାହାର କରିବା ପରେ ଜଗନ୍ନାଥ କହିଥିଲେ, ମୁଁ ଜଣେ ଦଳର ଶୃଙ୍ଖଳିତ କର୍ମୀ, ଦଳ ମୋତେ ଯାହା ନିର୍ଦ୍ଦେଶ ଦେଇଥିଲା ତାହା ମୁଁ କରିଥିଲି ,ଆଜି ଯେତେବେଳେ ଦଳ ମୋତେ ନିର୍ଦ୍ଦେଶ ଦେଲା ମୁଁ ପ୍ରତ୍ୟାହାର କଲି ।’’

ସେପଟେ ଜଗନ୍ନାଥଙ୍କ ରାଜ୍ୟସଭା ପ୍ରାର୍ଥୀପତ୍ର ପ୍ରତ୍ୟାହାର ନେଇ ବିଜେଡି ରଖିଥିଲା ପ୍ରତିକ୍ରିୟା । ରାଜ୍ୟସଭା ପ୍ରାର୍ଥୀ ଜଗନ୍ନାଥ ପ୍ରଧାନଙ୍କ ପ୍ରାର୍ଥୀପତ୍ର ପ୍ରତ୍ୟାହାର ନେଇ ବିଜେଡିର ପ୍ରତିକ୍ରିୟା ବିଜେପିରେ ଅନ୍ତଃକନ୍ଦଳ ଅଛି । ଫାଟ ସ୍ପଷ୍ଟ ଦିଶୁଛି । ତେଣୁ ଦୁଇ ଜଣ ପ୍ରାର୍ଥୀଙ୍କୁ ନାମାଙ୍କନ କଲେ । ଏବେ ପ୍ୟାଚ ପକାଇଲେ । ସେମାନଙ୍କ ଭିତରେ ଗୋଷ୍ଠୀ କନ୍ଦଳ ଓ ତାଳମେଳର ଅଭାବ ଅଛି ବୋଲି ବିଜେଡି ବିଧାୟକ ଗୌତମ ବୁଦ୍ଧ ଦାସ କହିଥିଲେ ।