FeaturedLatestNews

୩୫ ହଜାର ଯୁବତୀଯୁବକଙ୍କୁ ନିଯୁକ୍ତି ଦେବେ ରାଜ୍ୟ ସରକାର

ଭୁବନେଶ୍ବର (ସଂକେତ ଟିଭି): ରାଜ୍ୟ ସରକାର ଆସନ୍ତା ମାସରେ ନିଯୁକ୍ତି ମେଳା କରି ୩୫ ହଜାର ଯୁବତୀଯୁବକଙ୍କୁ ନିଯୁକ୍ତି ଯୋଗାଇ ଦେବେ। ମୋହନ ସରକାର ଏଥିପାଇଁ ପ୍ଲାନ ଅଫ୍ ଆକ୍ସନ ପ୍ରସ୍ତୁତ କରିଛନ୍ତି। ବିଭିନ୍ନ ବର୍ଗର ପ୍ରାୟ ୨୨ ହଜାର ପଦବୀର ନିଯୁକ୍ତିପତ୍ର ବଣ୍ଟାଯିବ। ବିଭିନ୍ନ ବିଭାଗରେ ଖାଲି ପଡିଥିବା ପଦବୀକୁ ଦେଖି ବିଜ୍ଞାପନ ମଧ୍ୟ ପ୍ରକାଶ କରାଯିବ।

ଖାଲି ପଡିଥିବା ପଦବୀ ନିର୍ଦ୍ଦିଷ୍ଟ ସମୟସୀମା ମଧ୍ୟରେ ପୂରଣ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ସରକାରୀ ନିଯୁକ୍ତି ସମ୍ପର୍କରେ ଡିସେମ୍ବର ସୁଦ୍ଧା ବିଜ୍ଞାପନ ପ୍ରକାଶ କରାଯିବ। ରାଜ୍ୟରେ ଖାଲିପଡିଥିବା ୧ ଲକ୍ଷ ୩୨ ହଜାର ୪୫୯ଟି ପଦବୀ ସରକାର ପୂରଣ କରିବାକୁ ସରକାର ନିଷ୍ପତ୍ତି ନେଇଛନ୍ତି।