FeaturedGeneralLatest

ଦେଶରେ ନିର୍ମାଣ ହେବ ୧୨ଶିଳ୍ପ ସ୍ମାର୍ଟ ସିଟି

ନୂଆଦିଲ୍ଲୀ (ସଂକେତ ଟିଭି): କେନ୍ଦ୍ର ସରକାର ୧୨ ଶିଳ୍ପ ସ୍ମାର୍ଟ ସିଟି ସ୍ଥାପନ କରିବା ପାଇଁ ମଞ୍ଜୁରି ଦେଇଛି । ଏହି ପ୍ରକଳ୍ପ ମାଧ୍ୟମରେ ପ୍ରତ୍ୟେକ୍ଷ ଭାବେ ୧୦ ଲକ୍ଷ ଏବଂ ପରୋକ୍ଷ ଭାବେ ୩୦ ଲକ୍ଷ ଲୋକଙ୍କୁ ରୋଜଗାର ସୁବିଧା ମିଳିବ।

କେନ୍ଦ୍ର ସୂଚନା ଏବଂ ପ୍ରସାରଣ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ କ୍ୟାବିନେଟ୍ ବୈଠକ ପରେ ସୂଚନା ଦେଇ କହିଛନ୍ତି ଯେ ଏହି ଯୋଜନା ପାଇଁ କେନ୍ଦ୍ର ସରକାର ମୋଟ ୨୮,୬୦୨ କୋଟି ଟଙ୍କା ଖର୍ଚ୍ଚ କରିବେ। ଏହି ପ୍ରକଳ୍ପରେ ପ୍ରାୟ ୧.୫୨ ଲକ୍ଷ କୋଟି ତାଙ୍କର ନିବେଶ କ୍ଷମତା ରହିବ।

ସେ କହିଛନ୍ତି ଯେ, ଏହି ଶିଳ୍ପ ସ୍ମାର୍ଟ ସିଟି ଜାତୀୟ ଶିଳ୍ପ ବିକାଶ କରିଡର କାର‌୍ୟ୍ୟକ୍ରମ (ଏନଆଇଡିସିପି) ଅଧୀନରେ ନିର୍ମାଣ କରାଯାଉଛି। ଏହି ଯୋଜନା ମାଧ୍ୟମରେ ୧୦ ଟି ରାଜ୍ୟ ଅନ୍ତର୍ଭୁକ୍ତ ହେବ। ଦେଶର ୬ ଟି ପ୍ରମୁଖ କରିଡର ସହିତ ଏଗୁଡିକ ଯୋଡିବାକୁ ଯୋଜନା କରାଯାଇଛି। ଏହି ଇଣ୍ଡଷ୍ଟ୍ରିଆଲ୍ କ୍ଷେତ୍ର ଉତ୍ତରାଖଣ୍ଡର ଖୁରପିୟା, ପଞ୍ଜାର ରାଜପୁରା-ପଟିୟାଲା, ମହାରାଷ୍ଟ୍ରର ଦିଘୀ, କେରଳର ପଲକ୍କଡ଼, ଉତ୍ତର ପ୍ରଦେଶର ଆଗ୍ରା ଏବଂ ପ୍ରୟାଗରାଜ, ବିହାରର ଗୟା, ତେଲଙ୍ଗାନାର ଜହୀରାବାଦ, ଆନ୍ଧ୍ର ପ୍ରଦେଶର ଓରଭାକଲ ଏବଂ କୋପ୍ପର୍ଥୀ ଏବଂ ରାଜସ୍ଥାନର ଯୋଧପୁର-ପାଲିରେ ରହିଛି ।

ଅଶ୍ୱିନୀ କହିଛନ୍ତି ଯେ ଏହି ପଦକ୍ଷେପ ଦେଶର ଉଦ୍ୟୋଗିକ ପରିଦୃଶ୍ୟକୁ ନୂଆ ରୂପ ଦେବ ଏବଂ ନୂଆ ନେଟୱାର୍କ ସୃଷ୍ଟି କରିବ, ଯାହା ଆର୍ଥିକ ବିକାଶ ଏବଂ ବୈଶ୍ୱିକ ପ୍ରତିଯୋଗିତାକୁ ବଢାଇବ ଉଦ୍ୟୋଗିକ କ୍ଷେତ୍ରକୁ ବୈଶ୍ୱିକ ମାନକରେ ଗ୍ରୀନଫିଲ୍ଡ ସ୍ମାର୍ଟ ସହର ରୂପେ ବିକଶିତ କରାଯିବ । ସେ କହିଛନ୍ତି ଯେ ରାଷ୍ଟ୍ରୀୟ ଇଣ୍ଡଷ୍ଟ୍ରିଆଲ୍ କରିଡର୍ ବିକାଶ କାର୍ଯ୍ୟକ୍ରମରୁ ରୋଜଗାରର ଗୁରୁତ୍ୱପୂର୍ଣ୍ଣ ସୁଯୋଗ ସୃଷ୍ଟି ହେବାର ଆଶା ରହିଛି । ୧୦ ପ୍ରତ୍ୟକ୍ଷ ଏବଂ ୩୦ ଲକ୍ଷ ପରୋକ୍ଷ ନିଯୁକ୍ତି ତିଆରି ହେବ ।