LatestNews

ବରଗଡ-ନୂଆପଡା ସମେତ ୨ରେଳ ଲାଇନ୍‌କୁ ମିଳିଲା କ୍ୟାବିନେଟ୍‌ ମଞ୍ଜୁରୀ

ଭୁବନେଶ୍ୱର (ସଂକେତ ଟିଭି): ପଶ୍ଚିମ ଓଡ଼ିଶାରେ ୨ଟି ନୂଆ‌ ରେଳ ପ୍ରକଳ୍ପ ନିର୍ମାଣକୁ କେନ୍ଦ୍ର କ୍ୟାବିନେଟ୍‌ ମଞ୍ଜୁରୀ ଦେଇଛନ୍ତି। ବରଗଡ଼-ନୂଆପଡ଼ା ନୂଆ ରେଳ ଲାଇନ୍‌କୁ ବୁଧବାର କ୍ୟାବିନେଟ୍‌ ମଞ୍ଜୁରୀ ମିଳିଛି। ସେହିପରି ସୁନ୍ଦରଗଡ଼ ସବ୍‌ଡେଗାରୁ ଛତିଶଗଡ଼ ଭାଲୁମୁଡ଼ା ଡବଲ ଲାଇନକୁ ବି ମଞ୍ଜୁରୀ ମିଳିଛି। କେନ୍ଦ୍ର ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ ବୁଧବାର ଗଣମାଧ୍ୟମକୁ ଏହି ସୂଚନା ଦେଇଛନ୍ତି।

ବୈଷ୍ଣବ କହିଛନ୍ତି, ବରଗଡ଼ରୁ ନୂଆପଡ଼ାକୁ ରେଳ ସଂଯୋଗୀକରଣ ହେବ। ଏହି ପ୍ରକଳ୍ପ ଅଧୀନରେ ୧୩୮କିମି ରେଳଲାଇନ୍‌ ବିଛାଯିବ, ଯେଉଁଥି ପାଇଁ ୨୯୬୨ କୋଟି ଟଙ୍କା ଖର୍ଚ୍ଚ ହେବ। ସେହିପରି ଦ୍ବିତୀୟ ପ୍ରକଳ୍ପ ସୁନ୍ଦରଗଡ଼ରୁ ଛତିଶଗଡ଼ ଜିଲ୍ଲା ରାୟଗଡ଼କୁ ସଂଯୋଗ କରିବ। ସୁନ୍ଦରଗଡ଼ ଜିଲ୍ଲା ସରଡେଗାରୁ ଆରମ୍ଭ ହେବାକୁ ଥିବା ଡବଲଲାଇନ୍‌ ରେଳଲାଇନ ରାୟଗଡ଼ ଜିଲ୍ଲା ଭାଲୁମୁରାକୁ ସଂଯୋଗ କରିବ। ୩୭କିମି ରେଳଲାଇନ୍‌ ପାଇଁ ୧୩୬୦ କୋଟି ଟଙ୍କା।