ବିଧାନସଭାରେ ମୋବାଇଲ୍ ଓ ପାଣି ବୋତଲ ନେବା ମନା
ଭୁବନେଶ୍ୱର (ସଂକେତ ଟିଭି): ବିଧାନସଭା ଗୃହରେ ମୋବାଇଲ ଓ ପାଣି ବୋତଲ ବ୍ୟବହାର ନ କରିବା ପାଇଁ ବାଚସ୍ପତି ନିର୍ଦ୍ଦେଶ ଦେଇଛନ୍ତି। ଗୃହ ଭିତରେ ମୋବାଇଲ ଫୋନରେ କଥା ହେଉଥିବା ଦେଖିବାକୁ ମିଳୁଛି। ଯେଉଁଥିରୁ କ୍ଷାନ୍ତ ରହିବାକୁ ବାଚସ୍ପତି ନିର୍ଦ୍ଦେଶ ଦେଇଛନ୍ତି। ଗୃହରେ ଏ ସବୁ କରିବା ଅନୁଚିତ। ତେଣୁ ଗୃହରେ ମୋବାଇଲ ବ୍ୟବହାର ନ କରିବା ପାଇଁ ବାଚସ୍ପତି ତାଗିଦ କରିଛନ୍ତି ।
ଏଥିସହ ବାହାରେ ପାଣିର ପର୍ଯ୍ୟାପ୍ତ ବ୍ୟବସ୍ଥା ରହିଛି। କିନ୍ତୁ ବିଧାୟକ ମାନେ ପାଣି ବୋତଲ ନେଇ ଗୃହକୁ ଆସୁଛନ୍ତି। ଏଥିରୁ କ୍ଷାନ୍ତ ରହିବା ସହ ଗୃହ ଭିତରକୁ ପାଣି ବୋତଲ ନେଇ ନ ଆସିବାକୁ ବାଚସ୍ପତି କହିଛନ୍ତି ।