FeaturedLatestNews

କୁକୁଡା ଚାଷୀଙ୍କୁ ମିଳିବ କ୍ଷତିପୂରଣ : ମତ୍ସ୍ୟ ଓ ପଶୁ ସମ୍ପଦ ମନ୍ତ୍ରୀ

ଭୁବନେଶ୍ୱର (ସଂକେତ ଟିଭି): ବାର୍ଡ ଫ୍ଲୁ ଯୋଗୁଁ କଲିଂ କରାଯାଉଥିବା କୁକୁଡା ପାଇଁ ଚାଷୀଙ୍କୁ କ୍ଷତିପୂରଣ ଦିଆଯିବ । ମତ୍ସ ଓ ପଶୁ ସମ୍ପଦ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ ଏନେଇ ବଡ଼ ବୟାନ ଦେଇଛନ୍ତି। ସେ କହିଛନ୍ତି, ଚାଷୀମାନଙ୍କୁ କ୍ଷତିପୂରଣ ବାବଦରେ ଛୋଟ କୁକୁଡ଼ାକୁ ୨୦ ଟଙ୍କା ଓ ବଡ଼ କୁକୁଡ଼ାକୁ ୭୦ ଟଙ୍କା ଦେବାକୁ ବିଭାଗ ଯୋଜନା କରୁଛି । ଆଗକୁ ବାର୍ଡ଼ ଫ୍ଲୁ ନ ବ୍ୟାପିବା ସହ ସତର୍କତାମୂଳକ ପଦକ୍ଷେପ ନେବା ପାଇଁ ବିଭାଗକୁ ନିର୍ଦେଶ ଦିଆଯାଇଛି। ଏଣେ ବାର୍ଡ଼ ଫ୍ଲୁ ପଜିଟିଭ ହୋଇଥିବା ଅଂଚଳରେ, କୁକୁଡ଼ା ନେବା ଆଣିବା, ବ୍ୟବହାର ହେଉଥିବା ଗାଡ଼ି ଓ କୁକୁଡ଼ା ଖାଦ୍ୟ ଉପରେ ବିଭାଗ ପ୍ରତିବନ୍ଧକ ଲଗାଇଛି । ବାର୍ଡ ଫ୍ଲୁ ପଜିଟିଭ ଥିବା ଅଂଚଳକୁ ବାଦ ଦେଲେ ଅନ୍ୟ ଅଂଚଳରେ କୁକୁଡ଼ା ଖାଇବାକୁ ପ୍ରତିବନ୍ଧକ ନାହିଁ ।