ରାଜ୍ୟରେ ଖୁବଶୀଘ୍ର ସିଏମ୍ କିଷାନ୍ ଯୋଜନା, ବର୍ଷକୁ ୨ଟି କିସ୍ତିରେ ମିଳିବ ଟଙ୍କା
ଭୁବନେଶ୍ୱର (ସଂକେତ ଟିଭି): ରାଜ୍ୟରେ ଖୁବଶୀଘ୍ର ସିଏମ୍ କିଷାନ୍ ଯୋଜନା ଆରମ୍ଭ ହେବ। ଉପମୁଖ୍ୟମନ୍ତ୍ରୀ ତଥା କୃଷି ମନ୍ତ୍ରୀ କେଭି ସିଂହଦେଓ ବୁଧବାର ବିଧାନସଭାରେ ଏହି ସୂଚନା ଦେଇଛନ୍ତି। ବିଜେପି ବିଧାୟକ ମାନସ ଦତ୍ତଙ୍କ ପ୍ରଶ୍ନର ଉତ୍ତର ଦେଇ କନକବର୍ଦ୍ଧନ ଏହି କଥା କହିଛନ୍ତି ।
କନକବର୍ଦ୍ଧନ କହିଛନ୍ତି, ବର୍ଷକୁ ୨ଟି କିସ୍ତିରେ ମିଳିବ ଦୁଇ ହଜାର ଲେଖାଏ ୪ ହଜାର ଟଙ୍କା ମିଳିବ। ଭୂମିହୀନ ଚାଷୀଙ୍କୁ ୩ଟି କିସ୍ତିରେ ୧୨,୫୦୦ ଟଙ୍କା ମିଳିବ। ନୂଆ ସାମିଲ ପାଇଁ ସିଏମ କିଷାନ ପୋର୍ଟାଲରେ ଆବେଦନ କରିହେବ। ଯୋଗ୍ୟତା ଥାଇ ପିଏମ କିଷାନ ଯୋଜନାରୁ ବାଦ୍ ଚାଷୀଙ୍କୁ ସାମିଲ ନେଇ ବ୍ୟବସ୍ଥା କରାଯିବ ବୋଲି ମନ୍ତ୍ରୀ କହିଛନ୍ତି।
ଚଳିତ ବର୍ଷ ବଜେଟରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଚାଷୀମାନଙ୍କ ପାଇଁ ନୂଆ ଯୋଜନା ସିଏମ କିଷାନ ଯୋଜନା ବିଷୟରେ ଘୋଷଣା କରିଥିଲେ। ଏଥିପାଇଁ ପାଇଁ ୧୯୩୫ କୋଟି ବ୍ୟୟବରାଦ କରାଯାଇଥିଲା।