FeaturedLatestNews

୫ବର୍ଷରେ ଓଡିଶାରୁ ଉତ୍ତୋଳନ ହୋଇଛି ୧୫୭ କେଜି ରତ୍ନ ପଥର

ଭୁବନେଶ୍ୱର (ସଂକେତ ଟିଭି): ଗତ ପାଞ୍ଚ ବର୍ଷରେ ଓଡିଶାରୁ ୧୫୭ କେଜି ରତ୍ନ ପଥର ଉତ୍ତୋଳନ ହୋଇଛି। ଖଣି ମନ୍ତ୍ରୀ ବିଭୂତି ଭୁଷଣ ଜେନା ବିଧାନସଭାରେ ଗୁରୁବାର ଏହି ସୂଚନା ଦେଇଛନ୍ତି ।

ଓଡ଼ିଶାରେ କେତେ ରତ୍ନ ପଥର ଉତ୍ତୋଳନ ହୋଇଛି ଏବଂ ରାଜ୍ୟରେ ଏଭଳି ଖଣି ସଂଖ୍ୟା କେତେ ବୋଲି ବିଜେଡି ବିଧାୟକ କଳିକେଶ ନାରାୟଣ ସିଂ ଦେଓ ବିଧାନସଭାରେ ପ୍ରଶ୍ନ ରଖିଥିଲେ । ଖଣି ମନ୍ତ୍ରୀ ବିଭୂତି ଭୁଷଣ ଜେନା ଲିଖିତ ଉତ୍ତର ପ୍ରଦାନ କରି କହିଛନ୍ତି ଯେ ଗତ ପାଞ୍ଚ ବର୍ଷରେ ଓଡିଶାରୁ ୧୫୭ କେଜି ରତ୍ନ ପଥର ଉତ୍ତୋଳନ ହୋଇଛି। ବର୍ତ୍ତମାନ ରାଜ୍ୟରେ ୩ ଟି ରତ୍ନ ପଥର ଖଣି କାର୍ଯ୍ୟକ୍ଷମ ରହିଛି । ସେହିପରି ୮ ଟି ରତ୍ନ ପଥର ଖଣି ଖନନ ପାଇଁ ଅନୁମତି ମିଳି ନ ଥିବାରୁ ତାହା ଖୋଳା ଯାଇ ନାହିଁ ବୋଲି ଖଣିମନ୍ତ୍ରୀ ସୂଚନା ପ୍ରଦାନ କରିଛନ୍ତି।