FeaturedLatestNews

୫ ବର୍ଷରେ ପ୍ରଚାର ପାଇଁ ବିଜେଡି ସରକାର ଖର୍ଚ୍ଚ କରିଥିଲେ ୪୫୨ କୋଟି ୯୬ ଲକ୍ଷ

ଭୁବନେଶ୍ୱର (ସଂକେତ ଟିଭି): ପୂର୍ବତନ ବିଜେଡି ସରକାର ଗତ ପାଞ୍ଚ ବର୍ଷରେ ପ୍ରଚାର ପାଇଁ ୪୫୨ କୋଟି ୯୬ ଲକ୍ଷ ଟଙ୍କା ଖର୍ଚ୍ଚ କରିଥିଲେ । ସେହିପରି ବିଜ୍ଞାପନରେ ପାଣ୍ଡିଆନଙ୍କ ଫଟୋ ଲାଗିବା ପାଇଁ ରାଜ୍ୟ ରାଜକୋଷରୁ ୧୫ କୋଟି ୨୬ ଲକ୍ଷ ୯୧ ହଜାର ୯୩୩ ଟଙ୍କା ଖର୍ଚ୍ଚ ହୋଇଥିଲା । ବିଧାନସଭାରେ ବିଜେଡି ବିଧାୟକ ପ୍ରଶାନ୍ତ ଜଗଦେବଙ୍କ ପ୍ରଶ୍ନରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏନେଇ ଲିଖିତ ଉତ୍ତର ରଖିଛନ୍ତି।

ସେହିପରି ମୁଖ୍ୟମନ୍ତ୍ରୀ ମୋହନ ମାଝୀ ବିଧାନସଭାରେ ବିଜେପି ବିଧାୟକ ଲକ୍ଷ୍ମଣ ବାଗଙ୍କ ପ୍ରଶ୍ନରେ ଲିଖିତ ଉତ୍ତରରେ କହିଛନ୍ତି ଯେ ପ୍ରଚାର ପାଇଁ ରାଜକୋଷରୁ ପୂର୍ବ ବିଜେଡି ସରକାର ବିପୁଳ ଖର୍ଚ୍ଚ କରିଛନ୍ତି । ଏପରି କରି ସରକାରୀ ଅର୍ଥକୁ ଶ୍ରାଦ୍ଧ କରାଯାଇଥିଲା।

ସୂଚନାଯୋଗ୍ୟ, ନିର୍ବାଚନ ପୂର୍ବରୁ ପାଣ୍ଡିଆନ ହେଲିକପ୍ଟର ଯୋଗେ ବିଭିନ୍ନ ଜିଲା ଗସ୍ତ କରିଥିଲେ। ଏଥିଲାଗି ଅନେକ ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଛି। ହେଲେ ସୂଚନା ଅଧିକାର କର୍ମୀ ଏନେଇ କେତେ ଅର୍ଥ ଖର୍ଚ୍ଚ ହୋଇଛି ବୋଲି ଆର୍‌ଟିଆଇ ଜରିଆରେ ତଥ୍ୟ ମାଗିବାରୁ ତାର ହିସାବ ଚାଲିଥିବା ସରକାର ଉତ୍ତର ରଖିଛନ୍ତି।