ହାଇଜେନିକ ଫିସ୍ ମାର୍କେଟର ଶିଳାନ୍ୟାସ
ବସ୍ତା (ଉମାକାନ୍ତ ନାୟକ ): ବାଲେଶ୍ଵର ଜିଲ୍ଳା ବସ୍ତା ବ୍ଲକ ଅନ୍ତର୍ଗତ ବାହାର୍ଦ୍ଦା ଠାରେ ପ୍ରତିଷ୍ଠା ହେବ ବିଶ୍ବସ୍ତରୀୟ ହାଇଜେନିକ ମାଛ ମାର୍କେଟ ଏବଂ ମାଛ ପ୍ରୋସେସିଂ ଯୁନିଟ । ଏହି ବୃହତ ପ୍ରକଳ୍ପ କୁ ଆଭାସୀ ମାଧ୍ଯମରେ ମହାରାଷ୍ଟ୍ରରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏହାର ଶିଳାନ୍ୟାସ କରିଛନ୍ତି । ଆଜି ବାହାର୍ଦ୍ଦା କୃଷି ଫାର୍ମ ରେ ଅୟୋଜିତ ଉତ୍ସବର ରାଜ୍ୟ ସରକାରଙ୍କ ମତ୍ସ୍ୟ ବିଭାଗର ମନ୍ତ୍ରୀ ଗୋକୁଳା ନନ୍ଦ ମଲ୍ଲିକ ବସ୍ତା ଠାରେ 78.25 କୋଟିର ଆଧୁନିକ ମାଛ ମାର୍କେଟକୁ ଉଦଘାଟନ କରିଥିଲେ । ଏହି ଶିଳାନ୍ୟାସ ଉତ୍ସବ ରେ ବାଲେଶ୍ବର ସାଂସଦ ପ୍ରତାପ ଚନ୍ଦ୍ର ଷଡଙ୍ଗୀ, ବିଧାୟକ ସୁବାସିନୀ ଜେନା, ସଦର ବିଧାୟକ ମାନସ ଦତ୍ତ୍, ଜିଲାପାଳ ସୂର୍ଯବଂଶୀ ମୟୁର ବିକକାଶ,ଜିଲ୍ଲା ମତ୍ସ୍ଯ ଅଧିକାରୀ ଜିତେନ୍ଦ୍ର କୁମାର ବେହେରା ପ୍ରମୁଖ ଉପସ୍ଥିତ ଥିଲେ ।
78 କୋଟି 25 ଲକ୍ଷ ଟଙ୍କା ବ୍ଯୟ ଅଟକଳ ରେ କୋଡ଼ିଏ ଏକର ପରିମିତ ଜମିରେ ନିର୍ମାଣ ହେବ ଏହି ଆନ୍ତଃରାଜ୍ୟ ହାଇଜେନିକ ମାଛ ବଜାର ଏବଂ ମାଛ ପ୍ରୋସେସିଂ ୟୁନିଟ , ବାଲେଶ୍ବର ଜିଲ୍ଲା ସମୂଦ୍ର ଉପକୂଳବର୍ତ୍ତୀ ଜିଲ୍ଲା ହୋଇଥିବା ବେଳେ ଏଠାକାର ମତ୍ସ୍ଯଜିବୀ ଏବଂ ବ୍ଯବସାୟୀ ମାନେ ମାଛ ବିକ୍ରୟ ପାଂଇ ପଡୋଶୀ ପଶ୍ଚିମବଙ୍ଗ ର ଦୀଘା ମାଛ ମାର୍କେଟ ଉପରେ ନିର୍ଭର କରିଥାନ୍ତି । ଏହାସହ ଓଡ଼ିଶାର 460 କିମି ସାମୁଦ୍ରିକ ବେଳାଭୁମି ଥିବା ବେଳେ ଅନେକ ନଦୀ ଓ ହ୍ରଦ ମଧ୍ଯ ରହିଛି । ଏହିସବୁ ସୂତ୍ରରୁ ଉତ୍ପାଦିତ ମାଛ ବିକ୍ରି ପାଇଁ ଓଡିଶା ରେ ଭଲ ଆନ୍ତଃରାଜ୍ୟ ମାଛ ବଜାରର ଅଭାବ ରହିଛି । ଓଡ଼ିଶା ମତ୍ସ୍ୟ ଉତ୍ପାଦନ ରେ ଆଗୁଆ ଥିଲେ ମଧ୍ୟ ଉପଯୁକ୍ତ ଶୀତଳଭଣ୍ତାର ଏବଂ ମଣ୍ଡି ଅଭାବରୁ ପଡୋଶୀ ପଶ୍ଚିମବଙ୍ଗ ସହିତ ଅନେକ ରାଜ୍ୟ ବ୍ୟବସାୟ କରି ଲାଭବାନ ହେଉଥିବା ବେଳେ ଓଡ଼ିଶା ମାଛ ଚାଷୀ ଓ ବ୍ୟବସାୟୀ ମାନେ ଲାଭ ଉଠାଇ ପାରୁ ନାହାନ୍ତି । ମାଛ ସବୁ ପଶ୍ଚିମ ବଂଗ ର ଦିଘା ମାର୍କେଟ ବିକ୍ରି କରୁଥିଲେ । ଏଥିପାଇଁ ମଧ୍ୟ ଅନେକ ଚାଷୀ ଓ ବ୍ୟବସାୟୀ ମାଛ ଚାଷ ଓ ବ୍ୟବସାୟ ରୁ ମୁହଁ ଫେରାଇବା ଦେଖିବାକୁ ମିଳୁଛି । ଏହାକୁ ଲକ୍ଷ୍ୟ କରି 60 ନମ୍ବର ଜାତୀୟ ରାଜପଥ ନିକଟସ୍ଥ ବାହାର୍ଦ୍ଦା କୃଷି ଫାର୍ମ ରେ ହାଇଜେନିକ ମାଛ ମଣ୍ଡି ପ୍ରତିଷ୍ଠା ପାଇଁ ସବୁଜ ସଙ୍କେତ ମିଳିବା ପରେ ମାଛ ଚାଷୀଙ୍କ ମୁହଁରେ ହସ ଫୁଟି ଉଠିଛି ।