FeaturedLatestNews

ବାଲେଶ୍ବର ଡିଇଓ ଅଫିସର କନିଷ୍ଠ କିରାଣୀଙ୍କ ଘରେ ଭିଜିଲାନ୍ସ ଚଢାଉ

ବାଲେଶ୍ବର (ସଂକେତ ଟିଭି): ଆୟ ବହିର୍ଭୂତ ସଂପତ୍ତି ଠୁଳ ଅଭିଯୋଗରେ ବାଲେଶ୍ବର ଡିଇଓ ଅଫିସର କନିଷ୍ଠ କିରାଣୀ ପ୍ରଦୀପ କୁମାର ଦାସଙ୍କ ଘରେ ଭିଜିଲାନ୍ସ ଚଢଉ କରିଛି । ବାଲେଶ୍ବର ଜିଲ୍ଲା ଖନ୍ତାପଡ଼ାରେ ଥିବା ପୈତୃକ ଘର, ନୀଳଗିରି, ଅଙ୍ଗାରଗଡ଼ିଆରେ ଥିବା ତିନିମହଲା ଘର, ଶେରଗଡ଼ରେ ଥିବା ମାର୍କେଟ କଂପ୍ଲେକ୍ସ, ଓ ବାଲେଶ୍ବରରେ ଥିବା କାର୍ଯ୍ୟାଳୟ ସମେତ ଏକକାଳୀନ ୬ଟି ସ୍ଥାନରେ ଭିଜିଲାନ୍ସ ଟିମ୍ ଚଢଉ କରିଛି ।

ଏହି ଚଢାଉରେ ୨ ଜଣ ଅତିରିକ୍ତ ଏସପି, ୪ ଡିଏସପି, ୭ ଇନସ୍ପେକ୍ଟର ଓ ୫ ଜଣ ଏଏସଆଇ ଓ ଅନ୍ୟ କର୍ମଚାରୀମାନେ ସାମିଲ ଥିବା ଜଣାଯାଇଛି। ତେବେ ଭିଜିଲାନ୍ସ ବାଲେଶ୍ବର ସହରର ଅଙ୍ଗାରଗଡିଆରେ ତିନିମହଲା କୋଠା, ଶେରଗଡ ଠାରେ ଗୋଟିଏ ଦୁଇ ମହଲା ବିଶିଷ୍ଟ ମାର୍କେଟ କମ୍ପ୍ଲେକ୍ସ ଯେଉଁଥିରେ 20 ଟି ଦୋକାନ ଘର ରହିଛି । ଯାହାର ମୂଲ୍ୟ ଏକ କୋଟି ଟଙ୍କା । ବାଲେଶ୍ବର ସହରର 6 ଟି ଦାମୀ ପ୍ଲଟ, ବ୍ୟାଙ୍କ ଏବଂ 11 ଲକ୍ଷ 37 ହଜାର ଟଙ୍କାର ବୀମା ଜମା , ଦୁଇଟି ଦୁଇ ଚକିଆ ଯାନ ଏବଂ 3 ଲକ୍ଷରୁ ଅଧିକ ମୂଲ୍ୟର ଘରୋଇ ସଂରଞ୍ଜାମ ଠାବ କରିଛି ।