FeaturedLatestNews

୬ ହଜାର ଟଙ୍କା ଲାଞ୍ଚ ନେବା ବେଳେ ଧରାପଡ଼ିଲେ ଏ ଏସ ଆଇ

ବାରିପଦା (ସଂକେତ ଟିଭି): ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ବାରିପଦା ଟାଉନ ଥାନା ଏ ଏସ ଆଇ ରାମଚନ୍ଦ୍ର ସୋରେନ ଭିଜିଲାନ୍ସ ହାତରେ ଧରାପଡିଛନ୍ତି । ଅଭିଯୋଗକାରୀ ଶୁଭ୍ରାଂଶୁ ଶେଖର ଦତ୍ତଙ୍କ ଠାରୁ ଏକ ମାମଲାରୁ ନାମ କାଟିବା ଲାଗି ସେ ବାରିପଦା ବାରୁଣୀ ରୋଡ଼ ଠାରେ ନିଜ ଭଡ଼ା ଘର ସାମାନାରେ ଲାଞ୍ଚ ନେଉଥିଲେ ।

ସୂଚନା ଅନୁସାରେ, ଏକ ପାରିବାରିକ ଗଣ୍ଡଗୋଳକୁ ନେଇ ଅଭିଯୋଗକାରୀଙ୍କ କକା ଓ ଖୁଡ଼ୀ ସେମାନଙ୍କ ନାମରେ ବାରିପଦା ଟାଉନ୍ ଥାନାରେ ଏକ ମିଥ୍ୟା ମାମଲା କରିଥିଲେ। ଦୀର୍ଘ ମାସ ପରେ ହଠାତ୍ ଏ ଏସ ଆଇ ରାମଚନ୍ଦ୍ର ସୋରେନ ତାଙ୍କ ଘରକୁ ଆସି ପୁଅର ନାମ କାଟିବାକୁ ୭ ହଜାର ଟଙ୍କା ମାଗିଥିଲେ। ଏନେଇ ଶୁଭ୍ରାଂଶୁ ଭିଜିଲାନ୍ସ ନିକଟରେ ଅଭିଯୋଗ କରିଥିଲେ ।