ରେଭେନ୍ସା ବିଶ୍ୱବିଦ୍ୟାଳୟର ନାମ ପରିବର୍ତ୍ତନ ମନ୍ତବ୍ୟକୁ ନେଇ ଜୋର୍ ଧରିଲା ବିବାଦ
ଭୁବନେଶ୍ୱର (ସଂକେତ ଟିଭି): କଟକର ରେଭେନ୍ଶା ବିଶ୍ୱବିଦ୍ୟାଳୟର ନାମ ପରିବର୍ତନ କରିବା ପ୍ରସଙ୍ଗରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମନ୍ତବ୍ୟ ଦେବା ପରେ ଏହାକୁ ନେଇ ରାଜ୍ୟ ରାଜନୀତି ଜୋର ଧରିଛି। ଏହାକୁ ନେଇ କଡ଼ା ସମାଲୋଚନା କରିଛି ବିଜେଡି। କେନ୍ଦ୍ର ମନ୍ତ୍ରୀଙ୍କୁ ‘ରେଭେନ୍ସା’ ବ୍ରାଣ୍ଡ ନଷ୍ଟ ନକରିବାକୁ କହିଛି ବିଜେଡି।
କଟକରେ ଏକ କାର୍ଯ୍ୟକ୍ରମ ସମୟରେ ପ୍ରଧାନ କହିଥିଲେ ଯେ ନାମ ପରିବର୍ତ୍ତନ ହେବାର ଆବଶ୍ୟକତା ରହିଛି। ପ୍ରଧାନ କହିଥିଲେ ଯେ, ଥୋମାସ ଏଡୱାର୍ଡ ରେଭେନ୍ସାରେଭେନ୍ସା, ଯାହାଙ୍କ ପରେ ବିଶ୍ୱବିଦ୍ୟାଳୟର ନାମକରଣ ହୋଇଥିଲା, ସେ ୧୮୬୬ ମସିହାରେ ଓଡିଶାରେ ଯେତେବେଳେ ସେ ରାଜ୍ୟ କମିଶନର ଥିଲେ, ସେତେବେଳେ ସେ କ’ଣ କରିଥିଲେ?
“ଦୁର୍ଭିକ୍ଷରେ ଅନେକ ଓଡ଼ିଆ ଲୋକ ପ୍ରାଣ ହରାଇଥିଲେ। ରେଭେନ୍ସା କମିଶନର ଥିବାବେଳେ ବ୍ରିଟିଶ କର୍ତ୍ତୃପକ୍ଷଙ୍କ ପ୍ରଶାସନିକ ବିଫଳତା କାରଣରୁ ଦଶ ଜଣଙ୍କ ମଧ୍ୟରୁ ନଅ ଜଣଙ୍କର ମୃତ୍ୟୁ ହୋଇଥିବା ‘ନଅଙ୍କ ଦୁର୍ବିକିଆ ଦୁର୍ଭିକ୍ଷ। ବ୍ରିଟିଶ କମିଶନରଙ୍କ ନାମରେ ଓଡ଼ିଶାର ଏକ ପ୍ରତିଷ୍ଠିତ ବିଶ୍ୱବିଦ୍ୟାଳୟ କାହିଁକି ନାମିତ ହେବ? ” ବୋଲି ପ୍ରଧାନ କହିଥିଲେ।
ତଥାପି, ସେ କହିଥିଲେ ଯେ ୧୫୬ ବର୍ଷ ପୁରୁଣା ଅନୁଷ୍ଠାନର ପରିବର୍ତ୍ତନ ହେଉଛି ତାଙ୍କର ବ୍ୟକ୍ତିଗତ ମତ।
ବିଜେଡି ନେତ୍ରୀ ଲେଖାଶ୍ରୀ ସାମନ୍ତସିଂହାର କହିଛନ୍ତି ରେଭେନ୍ସା ବ୍ରାଣ୍ଡ ତିଆରି ପାଇଁ ବହୁ କଷ୍ଟ କରିବାକୁ ପଡ଼ିଛି। ଏହାକୁ ସରକାର ନଷ୍ଟ କରନ୍ତୁ ନାହିଁ। ରେଭେନ୍ସା ହେଉଛି ଉଚ୍ଚ ଶିକ୍ଷାର ଏକ ବଡ଼ ଅନୁଷ୍ଠାନ। ନାଁ ବଦଳାଇବା ପ୍ରସ୍ତାବ ଦେଇ ମନ୍ତ୍ରୀ ନିଜର ହୀନ ମାନସିକତା ଦେଖାଇଥିବା କହିଛନ୍ତି ଲେଖାଶ୍ରୀ।
ସେପଟେ ଦଳର ମୁଖପାତ୍ର ଲେନିନ ମହାନ୍ତି କହିଛନ୍ତି, ରେଭେନସା ହେଉଛି ଓଡ଼ିଶାର ଗର୍ବ ଓ ଗୌରବ। ଓଡ଼ିଶା ଅସ୍ମିତାର ଆଳ ଦେଖାଇ କେନ୍ଦ୍ରମନ୍ତ୍ରୀ ନାଁ ପରିବର୍ତ୍ତନ କଥା କହିଛନ୍ତି। ଏହା ସମସ୍ତଙ୍କୁ ଚିନ୍ତିତ କରିଛି। ସେ ସମୟରେ ରେଭେନ୍ସା ପାଇଁ ଶିକ୍ଷାର ପ୍ରସାର ପ୍ରସାର ହୋଇଥିଲା। ଧର୍ମେନ୍ଦ୍ର ବାବୁ ମଝିରେ ମଝିରେ ବିଳି ବିଳେଇ ହେଉଛନ୍ତି। ଦେଶର ଶିକ୍ଷାମନ୍ତ୍ରୀ ଭାବେ ସେ ଶିକ୍ଷକ ଓ ଛାତ୍ରଙ୍କ ଉନ୍ନତି କଥା ଚିନ୍ତା କରିବା ଉଚିତ। ଲେନିନ ଚେତାଇ ଦେଇଛନ୍ତି, ରେଭେନ୍ସାକୁ ଧର୍ମେନ୍ଦ୍ର ପ୍ରଧାନ ରାଜନୀତିରେ ପୁରାନ୍ତୁ ନାହିଁ। ଓଡ଼ିଶାବାସୀଙ୍କୁ କ୍ଷମା ମାଗନ୍ତୁ ଶିକ୍ଷା ମନ୍ତ୍ରୀ।