ଡିସେମ୍ବର ସୁଦ୍ଧା ଓଡିଶାର ସବୁ ଗାଁକୁ ମୋବାଇଲ ନେଟୱର୍କ : ଆଇଟି ମନ୍ତ୍ରୀ
ଭୁବନେଶ୍ୱର (ସଂକେତ ଟିଭି): ରାଜ୍ୟର ମୋଟ୍ ୩ହଜାର ୫ଶହ ୧୦ ଟି ଗାଁରେ ମୋବାଇଲ ନେଟ୍ୱର୍କ ଉପଲବ୍ଧ ନାହିଁ । ଡିସେମ୍ବର ସୁଦ୍ଧା ଓଡ଼ିଶାର ସବୁ ଗାଁକୁ ନେଟୱର୍କ ସେବା ମିଳିବ । ଆଇଟି ମନ୍ତ୍ରୀ ମୁକେଶ ମହାଲିଙ୍ଗ ଗୃହରେ ଏହି ସୂଚନା ଦେଇଛନ୍ତି ।
ବିଧାନସଭାରେ କଂଗ୍ରେସ ବିଧାୟକ ତାରା ବାହିନୀପତିଙ୍କ ପ୍ରଶ୍ନର ଉତ୍ତରରେ ଲିଖିତ ଉତ୍ତର ରଖି ଆଇଟି ମନ୍ତ୍ରୀ ମୁକେଶ ମହାଲିଙ୍ଗ କହିଛନ୍ତି ଯେ ଅବିଭକ୍ତ କୋରାପୁଟ ଜିଲ୍ଲାରେ ୧ହଜାର ୬୨ଟି ଗାଁର ଲୋକ ମୋବାଇଲ ନେଟୱର୍କ ସେବାରୁ ବଂଚିତ । ସମସ୍ତ ଗାଁକୁ ମୋବାଇଲ ନେଟୱର୍କ ଯୋଗାଇ ଦେବା ପାଇଁ ଜିଲ୍ଲାର ସମସ୍ତ ମୋବାଇଲ ଟାୱାରକୁ ଚଳିତ ବର୍ଷ ଡିସେମ୍ବର ସୁଦ୍ଧା ପୂର୍ଣ୍ଣ କାର୍ଯ୍ୟକ୍ଷମ କରାଯିବ । ଭାରତ ସରକାରଙ୍କ ଦୂରସଞ୍ଚାର ବିଭାଗ ଲକ୍ଷ୍ୟ ଧାର୍ଯ୍ୟ କରିଥିବା ଆଇଟି ମନ୍ତ୍ରୀ ମୁକେଶ ମହାଲିଙ୍ଗ କହିଛନ୍ତି ।