ବିଧାନସଭାରେ ସୁଭଦ୍ରା ତାତି, ସମସ୍ତ ମହିଳାଙ୍କୁ ସାମିଲ କରିବାକୁ ଦାବି କଲେ ବିରୋଧି
ଭୁବନେଶ୍ୱର (ସଂକେତ ଟିଭି): ସୁଭଦ୍ରା ଯୋଜନାରେ ପ୍ରତିଶ୍ରୁତି ପାଳନ ହୋଇ ନ ଥିବା ଅଭିଯୋଗରେ ସୋମବାର ଗୃହରେ ବିରୋଧି ବିଜେଡି ଓ କଂଗ୍ରେସ ସଦସ୍ୟମାନେ ହୋ ହଲ୍ଲା କରିଥିଲେ । ସୁଭଦ୍ରା ଯୋଜନାରେ ସବୁ ମହିଳାଙ୍କୁ ସାମିଲ କରିବାକୁ ଦାବି କରି ପ୍ରଥମେ ଗୃହରେ ବିଜେଡି ସଦସ୍ୟମାନେ ହଟ୍ଟଗୋଳ କରିଥିଲେ। ବାଚସ୍ପତିଙ୍କ ପୋଡ଼ିୟମ ନିକଟରେ ବିଜେଡି ସଦସ୍ୟଙ୍କ ହୋହଲ୍ଲା କରିଥିଲେ । ପରେ କଂଗ୍ରେସ ବିଧାୟକମାନେ ମଧ୍ୟ ବିଜେଡି ସଦସ୍ୟମାନଙ୍କ ସହ ନାରାବାଜୀ ଦେଇଥିଲେ।
ସେସମୟରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ଏକ ପ୍ରଶ୍ନର ଉତ୍ତର ଦେଉଥିଲେ। ହେଲେ ବିରୋଧୀଙ୍କ ହୋହଲ୍ଲା ଯୋଗୁ ବାଧ୍ୟହୋଇ ଦିନ ସାଢେ ୧୧ଟା ଯାଏ ଗୃହକୁ ବାଚସ୍ପତି ସୁରମା ପାଢୀ ମୁଲତବୀ ଘୋଷଣା କରିଥିଲେ ।
ବିରୋଧି ଦଳ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ କହିଛନ୍ତି, ”ବିଜେପି ଯେଉଁ ଭଳି ଭାବେ ମିଛ କହି ମହିଳାଙ୍କୁ ଛକି ଭୋଟ ଆଣିଛନ୍ତି ତାହାର ଜବାବ ମିଳିବ । ସୁଭଦ୍ରା ଯୋଜନାରେ ଏକାଥରେ 50 ହଜାର ଦେବା କହିକି 5 ହଜାର ଦେବାକୁ କହିଛନ୍ତି । ସମସ୍ତ ମହିଳାଙ୍କୁ ସୁଭଦ୍ରା ଯୋଜନାରେ ସାମିଲ କରାଯାଉ ଓ 50 ହଜାର ଟଙ୍କା ଦିଆୟାଉ । ଯାହା ସେ ଭୋଟ ବେଳେ କହିଥିଲେ, ଏବେ ଲୋକଙ୍କୁ ପ୍ରତାରିତ କରୁଛନ୍ତି । ମିଛ କହି ମହିଳାଙ୍କ ଭୋଟ ଆଣିଛନ୍ତି । ଭୋଟ ସମୟରେ କହିଥିଲେ ଆମେ ସବୁ ମହିଳାଙ୍କୁ ଦେବୁ । ‘