ଉନ୍ମୋଚନ ହେଲା ସୁଭଦ୍ରା ପୋର୍ଟାଲ
ଭୁବନେଶ୍ୱର (ସଂକେତ ଟିଭି): ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା ସୁଭଦ୍ରା ପୋର୍ଟାଲ ଉନ୍ମୋଚନ କରିଛନ୍ତି। ଏଥିରେ ‘ସୁଭଦ୍ରା’ ସମ୍ପର୍କିତ ସମସ୍ତ ସୂଚନା ଉପଲବ୍ଧ ହେବ। https://subhadra.odisha.gov.in/ ରେ ସମସ୍ତ ସୂଚନା ରହିବ। ସାଧାରଣ ନାଗରିକ ଏଥିରୁ ସଠିକ୍ ତଥ୍ୟ ପାଇପାରିବେ। ମହିଳାମାନେ କୌଣସି ବି ତଥ୍ୟ ଜାଣିବାକୁ ଚାହିଁଲେ ପୋର୍ଟାଲରୁ ଜାଣିପାରିବେ। ସେଥିପାଇଁ ପୋର୍ଟାଲରେ ସଠିକ୍ ଏବଂ ସରଳ ଭାବେ ସୂଚନା ଉପଲବ୍ଧ ହେବ ବୋଲି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା କହିଛନ୍ତି ।
ସୂଚନା ଅନୁଯାୟୀ, ଫର୍ମ ବଣ୍ଟନ ଆରମ୍ଭ ହୋଇଛି, ୪ରୁ ଫର୍ମ ସଂଗ୍ରହ ଆରମ୍ଭ ହେବ। ଫର୍ମ ପୂରଣ କରି ଆଧାର କାର୍ଡ ନକଲ ସହ ଦାଖଲ କରିବେ । ମୋ ସେବା କେନ୍ଦ୍ର ବା ଜନସେବା କେନ୍ଦ୍ରରେ ଫର୍ମ ଦାଖଲ କରିବେ। ଫର୍ମ ବଣ୍ଟନ ଓ ଦାଖଲ ସଂପୂର୍ଣ୍ଣ ମାଗଣାରେ ହେବ ବୋଲି ପ୍ରଭାତୀ କହିଛନ୍ତି । ରାକ୍ଷୀ ପୂର୍ଣ୍ଣିମାରେ ମିଳିବାକୁ ଥିବା କିସ୍ତି ୧୭ରୁ ଆରମ୍ଭ ହେବ। ପ୍ରଧାନମନ୍ତ୍ରୀଙ୍କ ଜନ୍ମ ଦିନରେ ନିଜେ ପ୍ରଧାନମନ୍ତ୍ରୀ ଶୁଭାରମ୍ଭ କରିବେ। ସବୁ ଯୋଗ୍ୟ ମହିଳାଙ୍କୁ ମିଳିବା ପର୍ଯ୍ୟନ୍ତ ଏହା ଚାଲୁ ରହିବ ବୋଲି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା କହିଛନ୍ତି ।