FeaturedLatestNewsPolitics

ରାଜ୍ୟ ବିଜେପିର ସଦସ୍ୟତା ଅଭିଯାନ ଆରମ୍ଭ

ଭୁବନେଶ୍ବର (ସଂକେତ ଟିଭି): ରାଜ୍ୟ ବିଜେପିର ସଦସ୍ୟତା ଅଭିଯାନ ଆରମ୍ଭ ହୋଇଛି । ବିଜେପି ରାଜ୍ୟ କାର୍ଯ୍ୟାଳୟରେ ବିଧିବଦ୍ଧ ଭାବେ ଏହି ଅଭିଯାନ ଆରମ୍ଭ ହୋଇଛି । ବିଜେପିର ରାଜ୍ୟ ସଭାପତି ମନମୋହନ ସାମଲଙ୍କ ଅଧ୍ୟକ୍ଷତାରେ ବସିଥିବା ବୈଠକରେ ବିଜେପି ରାଜ୍ୟ ପ୍ରଭାରୀ ବିଜୟପାଲ ସିଂ ତୋମାର, ରାଜ୍ୟ ସଙ୍ଗଠନ ମନ୍ତ୍ରୀ ମାନସ ମହାନ୍ତି, ସାଧାରଣ ସମ୍ପାଦକ ଯତୀନ ମହାନ୍ତି, ସାରଦା ଶତପଥୀ, ଉପସଭାପତି ଗୋଲକ ମହାପାତ୍ର, ବିଜେପି ସାଂସଦ ବିଭୁ ପ୍ରସାଦ ତରାଇ, ଅଭିମନ୍ୟୁ ସେଠୀଙ୍କ ସମେତ ଦଳର ଅନ୍ୟ ବରିଷ୍ଠ ନେତା ଉପସ୍ଥିତ ଥିଲେ ।

ବିଜେପିର ସଦସ୍ୟତା ଅଭିଯାନ କାର୍ଯ୍ୟକ୍ରମରେ ଯୋଗ ଦେଇ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ୧ କୋଟି ସଦସ୍ୟ ସଂଗ୍ରହ ପାଇଁ କର୍ମକର୍ତ୍ତାଙ୍କୁ ଆହ୍ୱାନ କରିଛନ୍ତି । ବିଜେପି ସଦସ୍ୟତା ଅଭିଯାନରେ ଏକ କୋଟି ଲୋକଙ୍କୁ ଯୋଡିବାକୁ ଲକ୍ଷ୍ୟ ରଖିଛି । ଆମେ କେବଳ ଓଡିଶାରେ ଏହି ଲକ୍ଷ୍ୟକୁ ହାସଲ କରିବାକୁ ମୁଁ ଆହ୍ବାନ ଦେଉଛି ବୋଲି ସେ କହିଛନ୍ତି ।

ରାଜ୍ୟ ସଭାପତି ମନମୋହନ ସାମଲ ଅଭିଭାଷଣରେ କହିଛନ୍ତି, ଘର ଘର ବୁଲିବା । ଯେଉଁମାନେ ଭୋଟ ଦେଇଛନ୍ତି, ତାଙ୍କୁ ଦଳରେ ସାମିଲ କରିବା । ଲୋକ ସମ୍ପର୍କ ଯୋଡି ବିଜେପିରେ ସାମିଲ କରିବା । ବିଜେଡିରେ ଥାଅନ୍ତୁ କି କଂଗ୍ରେସ ରେ ଥାଆନ୍ତୁ । ତାକୁ ବିଜେପିରେ ସାମିଲ କରିବା ପାଇଁ ଚେଷ୍ଟା କରିବା। ବିଜେପି ଜାତୀୟତାବାଦରେ ବିଶ୍ୱାସ କରୁଥିବା ଦଳ । ଏ ଦଳ ସାଧାରଣ ଲୋକଙ୍କ ଦଳ । ଆମେ ଗର୍ବିତ ଯେ ଦଳରେ ସଦସ୍ୟ ଥିଲୁ। ପୁଣି ସଦସ୍ୟ ହେବୁ। ୧୮ କୋଟି ସଦସ୍ୟ ବିଶିଷ୍ଟ ଦଳ ହେଇ ସାରିଛି। ୪୨ ଲକ୍ଷ ସଦସ୍ୟ କଲେ ସରକାର ହେଲା। ଜୟ ପରାଜୟ ଆମ ପାଇ ବଡ ନୁହେଁ। ସଂଗଠନ ଆମ ପାଇ ବଡ। ସରକାର ଆଉ ସଙ୍ଗଠନକୁ ଯୋଡ଼ି ରଖିବା ।