ବନ୍ଦ କୋଠରିରେ ଯୁବକଙ୍କୁ ମୃତ, ହତ୍ୟା ଅଭିଯୋଗ ଆଣିଲେ ସ୍ତ୍ରୀ
ଭୋଗରାଇ (ଉମାକାନ୍ତ ନାୟକ): ଦୁଇ ମହଲା ଭଡା ଘରେ ବନ୍ଦ କୋଠରିରେ ଯୁବକଙ୍କୁ ମୃତ ଦେହ ଠାବ କରାଯାଇଛି। ତେବେ ଯୁବକଙ୍କୁ ହତ୍ୟା କରାଯାଇ ଥିବା ତାଙ୍କ ସ୍ତ୍ରୀ ଅଭିଯୋଗ ଆଣିଛନ୍ତି । ବାଲେଶ୍ବର ଜିଲ୍ଲା ଭୋଗରାଇ ବ୍ଳକ ସାହାବାଜିପୁର ପଂଚାୟତର ଅଧୀନ ଉଦୟପୁର ଗ୍ରାମରେ ଏହି ଘଟଣା ଘଟିଛି ।
ସୂଚନା ଅନୁସାରେ, ଉଦୟପୁର ଗ୍ରାମର ଆଶୀର୍ବାଦ ବେହେରାଙ୍କ ମୃତ୍ୟୁ ଦେହ ନିକଟସ୍ଥ ଚନ୍ଦନେଶ୍ୱରର ଏକ ଭଡା ଘରେ ଠାବ ହୋଇଛି। ଆଶୀର୍ବାଦ ବେହେରା ଦୁଇମାସ ହେବ ପଶ୍ଚିମବଙ୍ଗ ଏକ ମୁସଲିମ ଝିଅଙ୍କୁ ନିଜର ସ୍ତ୍ରୀ ପରିଚୟ ଦେଇ ଚନ୍ଦନେଶ୍ୱରର ଏକ ଭଡା ଘରେ ରହୁଥିଲେ। ତେବେ ବିଲଡିଂ ମାଲିକଙ୍କ କହିବା ଅନୁଯାଇ ଉଭୟ କାଲି ସକାଳେ ଥିବାବେଳେ ରାତିରେ ଯୁବତୀ ଜଣକ ରୁମ ଛାଡି ପଳାଇଥିଲେ। ଆଜି ସକାଳେ ପଶ୍ଚିମବଙ୍ଗର ଜଣେ ଝିଅ ଯୁବକଙ୍କ ବନ୍ଧୁ କହି ଉକ୍ତ ବିଲଡିଂ ମାଲିକଙ୍କୁ ମୃତ୍ୟୁ ଘଟଣା ସମ୍ପର୍କରେ ଅବଗତ କରିବା ପରେ ମାଲିକ ଯାଇ ଦେଖିଲା ପରେ ଯୁବକ ଜଣକ ମୃତୁ ଅବସ୍ଥାରେ ଖଟ ଉପରେ ପଡ଼ିଥିବା ଦେଖିବାକୁ ମିଳିଥିଲା।
ସେପଟେ ଏହି ଘଟଣାକୁ ନେଇ ଘର ବଢ଼ା ମାଲିକ ସ୍ଥାନୀୟ ପୋଲିସକୁ ଖବର ଦେବାପରେ ପୋଲିସ ଘଟଣା ସ୍ଥଳରେ ପହଂଚି ତଦନ୍ତ ଆରମ୍ଭ କରିଛି। ତେବେ ଯୁବକଙ୍କ ପ୍ରକୃତ ସ୍ତ୍ରୀ ମିନତୀ ବେହରା ତାଙ୍କ ସ୍ୱାମୀଙ୍କ ସହ ରହୁଥିବା ପଶ୍ଚିମବଙ୍ଗର ଝିଅ କିରଣ ତାଙ୍କୁ ହତ୍ୟା କରିଛନ୍ତି ବୋଲି ଅଭିଯୋଗ ଆଣିଛନ୍ତି ।