ନିର୍ବାଚନ ପୂର୍ବରୁ ବଣ୍ଟାଯାଇଥିବା ଝୋଟ ବ୍ୟାଗ୍ରେ ଖର୍ଚ୍ଚ ହୋଇଛି ୨୪୭ କୋଟି
ଭୁବନେଶ୍ୱର (ସଂକେତ ଟିଭି): ନିର୍ବାଚନ ପୂର୍ବରୁ ବିଜେଡି ସରକାର ବାଣ୍ଟିଥିବା ଝୋଟ ବ୍ୟାଗ ଖର୍ଚ୍ଚ ନେଇ ଏକ ବଡ ତଥ୍ୟ ସାମ୍ନାକୁ ଆଣିଛନ୍ତି ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର । ସେ କହିଛନ୍ତି ଯେ ନିର୍ବାଚନ ପୂବରୁ ୨ଟି ବ୍ୟାଗ ସହ ପରିବାର ପିଛା ୧ ହଜାର ଟଙ୍କା ବଣ୍ଟାଯାଇଥିଲା। ହଜାର ଟଙ୍କା ବଣ୍ଟନରେ ମୋଟ ୪୭ କୋଟି ୩୬ ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଛି ।
ବିଧାନସଭା ଚାଲିଥିବା ବେଳେ ଅମରେନ୍ଦ୍ର ଦାସଙ୍କ ପ୍ରଶ୍ନରେ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ଏହି ଲିଖିତ ଉତ୍ତର ରଖିଛନ୍ତି। ଓଡ଼ିଶାରେ ଖାଦ୍ୟ ସୁରକ୍ଷା ଯୋଜନାରେ ଅର୍ଥାତ୍ ରାସନ କାର୍ଡ ଥିବା ହିତାଧିକାରୀଙ୍କୁ ହିଁ ୧୦୦୦ ଟଙ୍କା ମିଳିଥିଲା। ଏହା ସହିତ ୨ଟି ଲେଖାଏ ଝୋଟ ବ୍ୟାଗ୍ ବି ମିଳିଥିଲା। ସେହିଭଳି ଏଥିରେ ସାମିଲ ଥିବା ପରିବାରଙ୍କୁ ରାଜ୍ୟ ସରକାର ଦୁଇଟି ଲେଖାଏଁ ଝୋଟ ତିଆରି ବ୍ୟାଗ୍ ଦେଇଥିଲେ । ରାଜ୍ୟର ମୋଟ ୯୫.୯୦ ଲକ୍ଷ ପରିବାର ଏଥିରେ ଉପକୃତ ହୋଇଥିଲେ। ୯୫.୯୦ ଲକ୍ଷ ପରିବାରକୁ ୧୦୦୦ ଟଙ୍କା ଲେଖାଏଁ ଓ ଦୁଇଟି ଝୋଟ ବ୍ୟାଗ୍ ବାବଦକୁ ରାଜ୍ୟ ସରକାର କୋଟି କୋଟି ଟଙ୍କା ଖର୍ଚ୍ଚ କରିଥିଲେ।