FeaturedLatestNews

ରାଜ୍ୟରେ ମାଗଣା ବିଜୁଳି ଦେବାର କୌଣସି ବ୍ୟବସ୍ଥା ନାହିଁ : ଶକ୍ତି ମନ୍ତ୍ରୀ

ଭୁବନେଶ୍ୱର (ସଂକେତ ଟିଭି): ନୂଆ ସରକାରଙ୍କର ମାଗଣା ବିଜୁଳି ଯୋଗାଇବାର କୌଣସି ବ୍ୟବସ୍ଥା ନାହିଁ। ଉପ ମୁଖ୍ୟମନ୍ତ୍ରୀ ତଥା ଶକ୍ତି ମନ୍ତ୍ରୀ କେଭି ସିଂହଦେଓ ଏହା ଗୃହରେ କହିଛନ୍ତି ।

ଆଜି ବିଧାନସଭାରେ ବିଜେପି ବିଧାୟକ ମାନସ ଦତ୍ତ ମାଗଣା ବିଜୁଳି ପ୍ରସଙ୍ଗ ଉଠାଇଥିଲେ। ବିଜେପି ବିଧାୟକ ମାନସ ଦତ୍ତ ପ୍ରଶ୍ନ କରିଥିଲେ କି କେନ୍ଦ୍ର ସରକାର ସୌଭାଗ୍ୟ ଯୋଜନାରେ ମାଗଣା ବିଜୁଳି ସଂଯୋଗ ଦେଉଛନ୍ତି। ଓଡିଶା ସରକାର ସେଭଳି ବ୍ୟବସ୍ଥା କରିଛନ୍ତି କି? ଉତ୍ତରରେ ଉପ ମୁଖ୍ୟମନ୍ତ୍ରୀ ତଥା ଶକ୍ତି ମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ କହିଥିଲେ ମାଗଣା ବିଦ୍ୟୁତ ଦେବାର ବ୍ୟବସ୍ଥା ନାହିଁ. ଯାହାର ସଂଯୋଗ ନାହିଁ, ଆବେଦନ କଲେ ଯୋଗାଇ ଦିଆଯିବ।