ସୁଭଦ୍ରା ଆବେଦନ ପାଇଁ ଶେଷ ତାରିଖ ନାହିଁ : ଉପମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର (ସଂକେତ ଟିଭି): ଉପ-ମୁଖ୍ୟମନ୍ତ୍ରୀ ପ୍ରଭାତି ପରିଡା ରାଜ୍ୟରେ ସୁଭଦ୍ରା କଲ୍ ସେଣ୍ଟରର ଶୁଭାରମ୍ଭ କରିଛନ୍ତି । ମହିଳାମାନେ ୧୪୬୭୮ ଟ୍ରୋଲ୍ ଫ୍ରି ନମ୍ୱରରେ କଲ୍ କରି ସେମାନଙ୍କର ସମସ୍ୟା ଜଣାଇପାରିବେ । ଏହି ଅବସରରେ ଶ୍ରୀମତୀ ପରିଡ଼ା ବଡ଼ ଘୋଷଣା କରିଛନ୍ତି। ସେ କହିଛନ୍ତି, ସେପ୍ଟେମ୍ୱର ୧୭ ପରେ ମିଳିବ ସୁଭଦ୍ରା ଟଙ୍କା । ସୁଭଦ୍ରା ଫର୍ମ ଦାଖଲ କରିବାର କୌଣସି ଶେଷ ତାରିଖ ନାହିଁ। ଆସନ୍ତା ୧୭ ତାରିଖରେ ଯୋଗ୍ୟ ହିତାଧିକାରୀଙ୍କୁ ସୁବଦ୍ରା ଯୋଜନାରେ ଟଙ୍କା ମିଳିବ। ୧୭ ତାରିଖ ପରେ ମଧ୍ୟ ଫର୍ମ ଦାଖଲ କଲେ ପ୍ରଥମ କିସ୍ତିର ଟଙ୍କା ମିଳିପାରିବ।
ସୂଚନା ଅନୁସାରେ, ସୁଭଦ୍ରା ପୋର୍ଟାଲରେ ମହିଳାମାନେ ଅନଲାଇନରେ ଆବଦେନ କରିପାରିବେ । ରାଜ୍ୟରେ ଥିବା ପ୍ରାୟ ୩୫ ହଜାର କମନ ସର୍ଭିସ ସେଣ୍ଟର ଜନ ସେବା କେନ୍ଦ୍ରରେ ଆବେଦନକାରୀଙ୍କୁ ସମସ୍ତ ସହଯୋଗ ଯୋଗାଇ ଦିଆଯିବ । ଏପରିକି ଅପହଂଚ ଇଲାକାରେ ବି କମନ ସର୍ଭିସ ସେଣ୍ଟର ପହଂଚିବ । ରାଜ୍ୟରେ ଯେଉଁ ସ୍ଥାନରେ ସିଏସସି ସେଣ୍ଟର ନାହିଁ ସେସବୁ ସ୍ଥାନରେ ଜିଲ୍ଲା ପ୍ରଶାସନ ସହଯୋଗରେ ସ୍ବତନ୍ତ୍ର ସୁଭଦ୍ରା ଆପ୍ଲାଏ କ୍ୟାମ୍ପ କରାଯିବାକୁ ଯୋଜନା ହୋଇଛି।
ସୁଭଦ୍ରା ଯୋଜନାରେ ସାମିଲ ହେବା ପାଇଁ ମୋ ଜନସେବା କେନ୍ଦ୍ରରେ ଅନଲାଇନରେ ଆବେବଦନ କରିହେବ । ଏପଟେ ଆଧାର କାର୍ଡ ସଂଶୋଧନ ପାଇଁ ଜନସେବା କେନ୍ଦ୍ରରେ ଆବେଦନକାରୀଙ୍କ ଭିଡ଼ ଜମୁଛି ।