ୟୁକ୍ରେନ ଯୁଦ୍ଧରେ ଚୀନ, ଭାରତ ଏବଂ ବ୍ରାଜିଲ୍ ହୋଇପାରିବେ ମଧ୍ୟସ୍ଥି: ପୁଟିନ
ଭୁବନେଶ୍ୱର (ସଂକେତ ଟିଭି): ୟୁକ୍ରେନ ସହିତ ଶାନ୍ତି ବାର୍ତ୍ତାରେ ଚୀନ, ଭାରତ ଏବଂ ବ୍ରାଜିଲ୍ ମଧ୍ୟସ୍ଥତା ଭୂମିକା ନିଭାଇ ପାରନ୍ତି । ଋଷ୍ ରାଷ୍ଟ୍ରପତି ଭ୍ଲାଦିମୀର ପୁଟିନ୍ ଶାନ୍ତି ବାର୍ତ୍ତା ନେଇ ଏହି ବଡ଼ ବୟାନ ଦେଇଛନ୍ତି । ପୁଟିନ କହିଛନ୍ତି ଯେ କେବଳ ଭାରତ, ଚାଇନା ଏବଂ ବ୍ରାଜିଲ ରୁଷିଆ ଏବଂ ୟୁକ୍ରେନ ମଧ୍ୟରେ ମଧ୍ୟସ୍ଥି ଭାବରେ କାର୍ଯ୍ୟ କରିପାରିବେ।
ଇଷ୍ଟର୍ଣ୍ଣ ଇକୋନୋମିକ୍ ଫୋରମରେ ପୁଟିନ କହିଛନ୍ତି, ଋଷର ପ୍ରମୁଖ ମୁଦ୍ଦା ହେଉଛି ୟୁକ୍ରେନର ଡୋନବାସ କ୍ଷେତ୍ରକୁ କବଜା କରିବା । ଋଷ୍ ସେନା ଧୀରେ ଧୀରେ କୁସର୍କ ଅଞ୍ଚଳରୁ ୟୁକ୍ରେନ ସେନାକୁ ପଛକୁ ଠେଲିବା ସହିତ ସ୍ଥାନୀୟ ଅଞ୍ଚଳକୁ ନିଜ ଅକ୍ତିଆରକୁ ନେଉଛି ।
ପୁଟିନଙ୍କ ଏହି ବିବୃତ୍ତି ପ୍ରଧାନମନ୍ତ୍ରୀ ମୋଦିଙ୍କ ରୁଷିଆ ଏବଂ ୟୁକ୍ରେନ ଗସ୍ତ ପରେ ଆସିଛି। ବର୍ତ୍ତମାନ ପର୍ଯ୍ୟନ୍ତ ୟୁକ୍ରେନ ସହ ଆଲୋଚନାରେ ପୁଟିନ ଖୋଲାଖୋଲି ଭାବେ କିଛି କହି ନାହାଁନ୍ତି। କିନ୍ତୁ ପ୍ରଥମ ଥର ପାଇଁ ୟୁକ୍ରେନ ସହ କଥାବାର୍ତ୍ତା କରିବାକୁ ପ୍ରସ୍ତୁତ ବୋଲି ପୁଟିନ କହିଛନ୍ତି। ସେ ସୂଚାଇ ଦେଇଛନ୍ତି ଯେ ରୁଷିଆ କେବଳ ଭାରତ, ଚାଇନା ଏବଂ ବ୍ରାଜିଲର ମଧ୍ୟସ୍ଥତାକୁ ଗ୍ରହଣ କରିବ।
ପୁଟିନଙ୍କ ଶାନ୍ତି ବୟାନ ଏଭଳି ସମୟରେ ଆସିଛି, ଯେଉଁ ସମୟରେ ଭାରତୀୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବିଦେଶ ଗସ୍ତରୁ ଫେରିଛନ୍ତି । ପିଏମ୍ ମୋଦି ପ୍ରଥମ ଋଷ୍ ପରେ ଯୁଦ୍ଧ ଗ୍ରସ୍ତ ୟୁକ୍ରେନ କରିଥିଲେ । ଉଭୟ ଗସ୍ତ ଗୁରୁତ୍ବପୂର୍ଣ୍ଣ ଥିଲା ଏବଂ ବୈଶ୍ବିକ ସ୍ତରରେ ଚର୍ଚ୍ଚା କରିଥିଲେ ।