କେନ୍ଦୁଝର ଜିଲ୍ଲା ମୁଖ୍ୟ କାରାଗାରର ସୁପରିଟେଣ୍ଡେଣ୍ଟଙ୍କ ଘରେ ଭିଜିଲାନ୍ସ ରେଡ୍
କେନ୍ଦୁଝର (ସଂକେତ ଟିଭି): ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ କେନ୍ଦୁଝର ଜିଲ୍ଲା ମୁଖ୍ୟ କାରାଗାରର ସୁପରିଣ୍ଟେଣ୍ଡେଣ୍ଟ ସତ୍ୟପ୍ରକାଶ ସ୍ୱାଇଁଙ୍କ ଘରେ ଭିଜିଲାନ୍ସ ଚଢ଼ାଉ କରାଯାଇଛି। ସତ୍ୟପ୍ରକାଶଙ୍କ କେନ୍ଦୁଝର ଅଫିସ୍, ବାସଭବନ, ଭଦ୍ରକ ପୈତୃକ ଘର, ଭୁବନେଶ୍ୱର ଲକ୍ଷ୍ମୀ ସାଗର ସ୍ଥିତ ନିଜ ଘର ଓ ଶ୍ୱଶୁର ଘର, ଜାଗମରା ସ୍ଥିତ ଘର ସମେତ ୭ଟି ସ୍ଥାନରେ ଚଢାଉ କରାଯାଇଛି।
ଭୁବନେଶ୍ୱର ଭିଜିଲାନ୍ସ ସ୍ୱତନ୍ତ୍ର କୋର୍ଟର ନିର୍ଦ୍ଦେଶନାମା ଅନୁଯାୟୀ ଆଜି ସକାଳୁ ଏହି ଚଢ଼ାଉ କରାଯାଇଛି। ଏହି ଚଢ଼ାଉରେ ୧୨ଜଣ ଡିଏସ୍ପି, ୧୧ଜଣ ଇନ୍ସପେକ୍ଟର ,ଏସଆଇି ଓ ଏଏସଆଇ ସମେତ ଅନ୍ୟ ସହଯୋଗ କର୍ମଚାରୀ ସାମିଲ ହୋଇଛନ୍ତି। ପୂର୍ବତନ ଝାରପଡା ଜେଲ ସୁପରିଟେଣ୍ଡେଣ୍ଟ ଭାବେ ସେ କାର୍ଯ୍ୟ କରୁଥିଲେ । କିଛି ଦିନ ପୂର୍ବରୁ ସତ୍ୟପ୍ରକାଶଙ୍କର ଟ୍ରାନସଫର ହୋଇଥିଲା । ତାଙ୍କର ଭୁବନେଶ୍ୱର ଝାରପଡା ଜେଲ ପାଖରେ ଥିବା ସରକାରୀ କ୍ବାଟର ସମେତ ଲକ୍ଷ୍ମୀସାଗରରେ ଥିବା ସମ୍ପର୍କୀୟଙ୍କ ଘରେ ମଧ୍ୟ ରେଡ୍ ଜାରି ରହିଛି। ମୋଟ ୭ଟି ସ୍ଥାନରେ ରେଡ ଜାରି ରହିଥିବା ଭିଜିଲାନ୍ସ ନିର୍ଦ୍ଦେଶାଳୟ ପକ୍ଷରୁ ସୂଚନା ଦିଆଯାଇଛି । ଭୁବନେଶ୍ବର ଲକ୍ଷ୍ମୀସାଗର ଗୋବିନ୍ଦ ପ୍ରସାଦରେ ଥିବା LB-104ରେ, ଖଣ୍ଡଗିରିରେ ସିଧି ବିହାରରେ ଥିବା ପୈତୃକ ଘରେ ମଧ୍ୟ ରେଡ ଜାରି ରହିଛି। ଭଦ୍ରକରେ ଥିବା ତାଙ୍କ ସମ୍ପର୍କୀୟଙ୍କ ଘର ଧୁଷୁରି ବ୍ଲକ ଭଳି ବିଭିନ୍ନ ସ୍ଥାନରେ ଚଢାଉ ଚାଲିଛି ।