ସୁଭଦ୍ରା ଯୋଜନା ଆବେଦନ ପାଇଁ ଟଙ୍କା ମାଗିଲେ ହେବ କାର୍ଯ୍ୟାନୁଷ୍ଠାନ : ପ୍ରଭାତୀ ପରିଡା
ଭୁବନେଶ୍ବର (ସଂକେତ ଟିଭି): ରାଜ୍ୟର କିଛି ସ୍ଥାନରୁ ସୁଭଦ୍ରା ଫର୍ମ ପାଇଁ ଅଙ୍ଗନବାଡ଼ି କର୍ମୀ ଟଙ୍କା ମାଗୁଥିବା ଅଭିଯୋଗ ହୋଇଛି। ରାଜ୍ୟ ସରକାର ଅଙ୍ଗନବାଡ଼ି କେନ୍ଦ୍ରରେ ମାଗଣା ସୁଭଦ୍ରା ଫର୍ମ ଯୋଗାଇବା ବ୍ୟବସ୍ଥା କରିଥିଲେ ମଧ୍ୟ କିଛି ସ୍ଥାନରେ ମାଗଣା ଫର୍ମ ନଦେଇ ଅଙ୍ଗନବାଡ଼ି କର୍ମୀ ଟଙ୍କା ମାଗୁଥିବା ଜଣାପଡିଛି। ଯାହାକୁ ନେଇ ଏବେ ଆକ୍ସନ ମୋଡକୁ ଆସିଛି ରାଜ୍ୟ ସରକାର।
ଏ ନେଇ ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା କହିଛନ୍ତି ଯେ ସୁଭଦ୍ରା ଯୋଜନା ଆବେଦନ ବେଳେ ଟଙ୍କା ମାଗିଲେ କାର୍ଯ୍ୟାନୁଷ୍ଠାନ ହେବ। ଉପ ମୁଖ୍ୟମନ୍ତ୍ରୀ କହିଛନ୍ତି, ମୋ ସେବା କେନ୍ଦ୍ର ଓ ସିଏସସି ସେଣ୍ଟରରେ ସୁଭଦ୍ରା ଯୋଜନା ପାଇଁ ମହିଳା ମାନେ ଆବେଦନ କରିବା ବେଳେ ଯଦି କେହି ଅର୍ଥ ଦାବି କରୁଥିବେ ତାହେଲେ ସେମାନଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ହେବ । ଯେଉଁ ମହିଳା ମାନେ ଏହାର ଶିକାର ହେଉଛନ୍ତି ସେମାନେ ଟୋଲ୍ ଫ୍ରି ନମ୍ବର ୧୪୬୭୮ରେ କଲ୍ କରି ଅଭିଯୋଗ କରିପାରିବେ । ସୁଭଦ୍ରା ଯୋଜନାରେ ଆବେଦନ କରିବା ପାଇଁ ତାରିଖ ଧାର୍ଯ୍ୟ କରାଯାଇନି ବୋଲି ଉପ ମୁଖ୍ୟମନ୍ତ୍ରୀ କହିଛନ୍ତି ।