ଥଲପତି ବିଜୟଙ୍କ ଦଳକୁ ମିଳିଲା ଅନୁମତି, ଲଢିବ ନିର୍ବାଚନ
ଚେନ୍ନାଇ(ସଂକେତ୍ ଟିଭି):ଭାରତର ନିର୍ବାଚନ ଆୟୋଗ (ଇସିଆଇ) ରାଜନୈତିକ ଦଳ ତାମିଲାଗା ଭେଟ୍ରି କାଜଗାମ (TVK)କୁ ଆନୁଷ୍ଠାନିକ ଭାବେ ପଞ୍ଜିକୃତ କରିଛନ୍ତି। ପାର୍ଟି ମୁଖ୍ୟ ତଥା ଅଭିନେତା ବିଜୟ (ଥଲପତି ବିଜୟ) ରବିବାର ଏହି ସୂଚନା ଦେଇଛନ୍ତି।
ସେ କହିଛନ୍ତି ଯେ ଆମ ଦେଶର ନିର୍ବାଚନ କମିଶନ ଏହାକୁ ଆଇନଗତ ଭାବେ ବିଚାର କରିଛନ୍ତି ଏବଂ ବର୍ତ୍ତମାନ ଆମର ତାମିଲାଗା ଭେଟ୍ରି କାଜାଗାମକୁ ଏକ ରାଜନୈତିକ ଦଳ ଭାବେ ପଂଜିକୃତ କରିଛନ୍ତି ଏବଂ ଏହାକୁ ଏକ ପଂଜିକୃତ ଦଳ ଭାବେ ନିର୍ବାଚନ ରାଜନୀତିରେ ଅଂଶଗ୍ରହଣ କରିବାକୁ ଅନୁମତି ଦେଇଛନ୍ତି।
ବିଜୟ ଚଳିତ ବର୍ଷ ଫେବୃଆରୀରେ ବିଜୟ ତାମିଲାଗା ଭେଟ୍ରି କାଜଗାମ (TVK) ଗଠନ ଘୋଷଣା କରିଥିଲେ। ଏବଂ ୨୦୨୬ରେ ତାମିଲନାଡୁ ବିଧାନସଭା ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିବେ ବୋଲି କହିଥିଲେ। ସେ ଅଗଷ୍ଟ ୨୨ରେ ନିଜ ରାଜନୈତିକ ଦଳର ପତାକା ଏବଂ ପ୍ରତୀକ ଉନ୍ମୋଚନ କରିଥିଲେ। ସୂଚନା ଥାଉ କି ଟିଭିକେ ସେପ୍ଟେମ୍ବର ଶେଷ ସୁଦ୍ଧା ଭିଲୁପୁରମ୍ ଜିଲ୍ଲାର ବିକ୍ରବନ୍ଦୀରେ ଏକ ବିଶାଳ ରାଲି କରିବାକୁ ଯୋଜନା କରୁଛି ।
ବିଜୟ ତାଙ୍କ ଶେଷ ଚଳଚ୍ଚିତ୍ର ପ୍ରୋଜେକ୍ଟ ‘ଥାଲାପାଥି ୬୯’ ସମାପ୍ତ କରିବା ପରେ ରାଜନୀତିରେ ପ୍ରବେଶ କରିବାକୁ ଯୋଜନା କରିଛନ୍ତି | ବିଜୟଙ୍କ ସମ୍ପୂର୍ଣ୍ଣ ନାମ ଜୋସେଫ ବିଜୟ ଚନ୍ଦ୍ରଶେଖର ହୋଇଥିବାବେଳେ ସେ ବିଜୟ ନାମରେ ଜଣାଶୁଣା |
ତାମିଲ ଚଳଚ୍ଚିତ୍ର ଇଣ୍ଡଷ୍ଟ୍ରିରେ ବିଜୟ ଖୁବ ନାମ କମାଇଛନ୍ତି | ତାମିଲ ବ୍ୟତୀତ ବିଜୟ ଅନ୍ୟ ଭାରତୀୟ ଭାଷାରେ ଚଳଚ୍ଚିତ୍ରରେ ମଧ୍ୟ କାମ କରିଛନ୍ତି ।