ନିର୍ମାଣ ଶ୍ରମିକଙ୍କ ସହାୟତା ରାଶି ବୃଦ୍ଧି କଲେ ରାଜ୍ୟ ସରକାର
ଭୁବନେଶ୍ୱର (ସଂକେତ ଟିଭି): ରାଜ୍ୟ ସରକାର ନିର୍ମାଣ ଶ୍ରମିକଙ୍କ ସହାୟତା ରାଶି ବୃଦ୍ଧି କରିଛନ୍ତି । ପଞ୍ଜିକୃତ ନିର୍ମାଣ ଶ୍ରମିକଙ୍କର ମୃତ୍ୟୁ ହେଲେ ଏବେ ୬ଲକ୍ଷ ଟଙ୍କା ମିଳିବ। ପୂର୍ବ ସରକାର ସମୟରେ ୪ଲକ୍ଷ ଟଙ୍କା ମିଳୁଥିବା ବେଳେ ମୋହନ ସରକାର ଏହାକୁ ୬ଲକ୍ଷକୁ ବୃଦ୍ଧି କରିଛନ୍ତି। ସେହିଭଳି ସ୍ୱଭାବିକ ମୃତ୍ୟୁ ହେଲେ ଶ୍ରମିକଙ୍କ ପରିବାରକୁ ସହାୟତା ବାବଦରେ ୨ଲକ୍ଷ ଟଙ୍କା ମିଳୁଥିବା ବେଳେ ଏବେ ଏହାକୁ ୩ଲକ୍ଷ ଟଙ୍କାକୁ ବୃଦ୍ଧି କରାଯାଇଛି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ସରକାର ପକ୍ଷରୁ ଆଜି ଏହି ବଡ଼ ଘୋଷଣା କରାଯାଇଛି।