FeaturedGeneralLatestPolitics

ଭାରତୀୟ କମ୍ୟୁନିଷ୍ଟ ପାର୍ଟି ନେତା ସୀତାରାମ ୟେଚୁରୀଙ୍କ ପରଲୋକ

ନୂଆଦିଲ୍ଲୀ (ସଂକେତ ଟିଭି): ଭାରତୀୟ କମ୍ୟୁନିଷ୍ଟ ପାର୍ଟି ନେତା ସୀତାରାମ ୟେଚୁରୀଙ୍କ ୭୨ ବର୍ଷ ବୟସରେ ପରଲୋକ ଘଟିଛି। ଫୁସ୍‌ଫୁସ୍‌ ସଂକ୍ରମଣରେ ଆକ୍ରାନ୍ତ ହୋଇ ସେ ନୂଆଦିଲ୍ଲୀ ଏମ୍‌ସରେ ଚିକିତ୍ସାଧୀନ ଥିଲେ।

ସୂଚନା ଅନୁଯାୟୀ, ସିପିଆଇଏମ୍‌ ସାଧାରଣ ସଂପାଦକ ସୀତାରାମ ୟେଚୁରୀଙ୍କୁ ଅଗଷ୍ଟ ୧୯ ରେ AIIMS ରେ ଭର୍ତ୍ତି କରାଯାଇଥିଲା। ପରେ ତାଙ୍କୁ ଆଇସିୟୁକୁ ନିଆଯାଇଥିଲା। ସେବେଠାରୁ ତାଙ୍କୁ ଚିକିତ୍ସା କରାଯାଉଥିଲା।

ସୀତାରାମ ୟେଚୁରୀ କମ୍ୟୁନିଷ୍ଟ ପାର୍ଟି ଅଫ୍ ଇଣ୍ଡିଆର ମହାସଚିବ ତଥା ସଂସଦୀୟ ଦଳର ନେତା ଥିଲେ। ସେ ୨୦୦୫ରୁ ୨୦୧୭ ପଶ୍ଚିମବଙ୍ଗ ରାଜ୍ୟସଭା ସାଂସଦ ଥିଲେ । ୨୦୧୬ ମସିହାରେ ଶ୍ରେଷ୍ଠ ସାଂସଦ ଭାବେ ପୁରସ୍କୃତ ହୋଇଥିଲେ ସୀତାରାମ ୟେଚୁରୀ । ୧୨ ଅଗଷ୍ଟ ୧୯୫୨ ରେ ଚେନ୍ନାଇରେ ତେଲୁଗୁ ଭାଷାଭାଷୀ ବ୍ରାହ୍ମଣ ପରିବାରରେ ଜନ୍ମଗ୍ରହଣ କରିଥିଲେ। ତାଙ୍କୁ ୨୦୧୬ ରେ ରାଜ୍ୟସଭାରେ ଶ୍ରେଷ୍ଠ ସଂସଦୀୟ ପୁରସ୍କାର ପ୍ରଦାନ କରାଯାଇଥିଲା। ଜରୁରୀକାଳୀନ ସମୟରେ ଜେଏନୟୁରେ ଥିବାବେଳେ ତାଙ୍କୁ ଗିରଫ କରାଯାଇଥିଲା। ଏହା ପରେ ସେ ଲଗାତାର ତିନିଥର ଜେଏନୟୁ ଛାତ୍ର ସଂଘର ସଭାପତି ଭାବରେ ନିର୍ବାଚିତ ହୋଇଥିଲେ। ସେ ୧୯୮୪ ରେ ସିପିଆଇଏମର କେନ୍ଦ୍ରୀୟ କମିଟିରେ ଅନ୍ତର୍ଭୁକ୍ତ ହୋଇଥିଲେ। ୨୦୧୫ ରେ ସେ ଦଳର ସାଧାରଣ ସମ୍ପାଦକ ଭାବରେ ନିର୍ବାଚିତ ହୋଇଥିଲେ। ୟେଚୁରୀ ୨୦୦୫ ରେ ପଶ୍ଚିମବଙ୍ଗରୁ ରାଜ୍ୟସଭାକୁ ନିର୍ବାଚିତ ହୋଇଥିଲେ। ସେ ଗୃହରେ ଅନେକ ପ୍ରସଙ୍ଗ ଉଠାଇଥିଲେ।