FeaturedLatestNews

ଅବସରପ୍ରାପ୍ତ ସରକାରୀ କର୍ମଚାରୀଙ୍କ ପୁନଃ ନିଯୁକ୍ତି ପାଇଁ ଆସିଲା ନିର୍ଦେଶାବଳୀ

ଭୁବନେଶ୍ବର (ସଂକେତ ଟିଭି): ଅବସରପ୍ରାପ୍ତ ସରକାରୀ କର୍ମଚାରୀଙ୍କ ପୁନଃ ନିଯୁକ୍ତି ପାଇଁ ରାଜ୍ୟ ସରକାର ନୂଆ ଗାଇଡଲାଇନ୍‌ ଜାରି କରିଛନ୍ତି। ପୁନଃ ନିଯୁକ୍ତି ପାଇଁ ମୁଖ୍ୟମନ୍ତ୍ରୀ ଅନୁମୋଦନ ଦେବେ।

କର୍ମଚାରୀଙ୍କୁ କେଉଁ ମାନଦଣ୍ଡରେ ଚୟନ କରାଯିବ ତାନେଇ ରାଜ୍ୟ ସରକାର ବିସ୍ତୃତ ଗାଇଡଲାଇନ ଜାରି କରିଛନ୍ତି।ଏଥିରେ ସ୍ବତନ୍ତ୍ର ନିୟମାବଳୀ ରହିଛି। ଉଚ୍ଚସ୍ତରୀୟ କମିଟି ଅବସରପ୍ରାପ୍ତ କର୍ମଚାରୀଙ୍କୁ ଚୟନ କରିବେ। ମୁଖ୍ୟ ସଚିବ ରହିବେ କମିଟି ଅଧ୍ୟକ୍ଷ । ମୁଖ୍ୟ ସଚିବ ଅଧ୍ୟକ୍ଷ, ଜିଏ ସଚିବ, ଅର୍ଥ ସଚିବ କମିଟି ସଦସ୍ୟ ରହିବେ। ଅବସରକାଳୀନ ନିଯୁକ୍ତି ପାଇଁ ମୁଖ୍ୟମନ୍ତ୍ରୀ ଅନୁମୋଦନ ଦେବେ। ୬୫ ବର୍ଷରୁ କମ୍ ଓ ଭଲ ସର୍ଭିସ ରେକର୍ଡ଼ ଥିବା ବ୍ୟକ୍ତିଙ୍କୁ ପୁନଃ ନିଯୁକ୍ତି ଦିଆଯିବ। ପୁନଃ ନିଯୁକ୍ତି ପାଇବାକୁ ଥିବା ବ୍ୟକ୍ତି ଶାରୀରିକ ଭାବେ ଫିଟ୍ ଜରୁରୀ ବୋଲି ଗାଇଡଲାଇନରେ କୁହାଯାଇଛି। ବିଭାଗୀୟ କାର୍ଯ୍ୟାନୁଷ୍ଠାନ ହୋଇଥିଲେ ବିଚାରଯୋଗ୍ୟ ହେବନି ପୁନଃ ନିଯୁକ୍ତି। ଅବସରପୂର୍ବରୁ ସିସିଆର୍‌ ଆଉଟଷ୍ଟାଣ୍ଡିଂ ଥିଲେ ପୁନଃ ନିଯୁକ୍ତି କରାଯିବ। ପଦବୀରେ ପୁନଃ ନିଯୁକ୍ତି ପାଇଁ ଖୋଲା ବିଜ୍ଞାପନ ଜରିଆରେ ସୂଚିତ କରାଯିବ।

୨୦୧୦-୧୪ ବର୍ଷ ମଧ୍ୟରେ ବିଭିନ୍ନ ଅନିବାର୍ଯ୍ୟ କାରଣରୁ ନିଯୁକ୍ତି ବିଳମ୍ବ ହେତୁ ସରକାରୀ ପ୍ରତିଷ୍ଠାନଗୁଡ଼ିକ ମାନବ ଅଭାବର ସମ୍ମୁଖୀନ ହୋଇଥିଲେ, ଯାହା ଫଳରେ ଅବଶିଷ୍ଟ କର୍ମଚାରୀଙ୍କ ଉପରେ ଅତ୍ୟଧିକ କାର୍ଯ୍ୟଭାର ରହିଥିଲା। ଏଭଳି ପରିସ୍ଥିତିକୁ ଦୂର କରିବା ପାଇଁ ସରକାର ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ଗତ ୨୭.୮.୨୪ରେ ରିଜୋଲ୍ୟୁଶନ ପ୍ରକାଶ କରିଛନ୍ତି। ଏଥିରେ ଅବସରପ୍ରାପ୍ତ ସରକାରୀ କର୍ମଚାରୀଙ୍କୁ ନିର୍ଦ୍ଦିଷ୍ଟ ସର୍ତ୍ତାବଳୀ ଏବଂ ଚୁକ୍ତିନାମା ସହିତ ବିଭିନ୍ନ ବିଭାଗ ପାଇଁ ଚୁକ୍ତିଭିତ୍ତିକ ସାମୟିକ ଭାବରେ ପାରଦର୍ଶିତା ଥିବା ଅବସରପ୍ରାପ୍ତ ସରକାରୀ କର୍ମଚାରୀମାନଙ୍କୁ ପୁନଃ ନିଯୁକ୍ତି ଦେବାକୁ ନିଷ୍ପତ୍ତି ନେଇଛି।