FeaturedLatestNews

ମୃତ ବାପା/ମାଆର ଚାକିରି ପାଇବେ ଝିଅ, ରାଜ୍ୟ କ୍ୟାବିନେଟ୍ ନେଲା ନିଷ୍ପତ୍ତି

ଭୁବନେଶ୍ବର (ସଂକେତ ଟିଭି): ଲୋକସେବା ଭବନରେ ଆଜି ବସିଥିବା ରାଜ୍ୟ କ୍ୟାବିନେଟ ବୈଠକରେ ୩ଟି ପ୍ରସ୍ତାବ ଉପରେ ମୋହର ବାଜିଛି। ସରକାରୀ କର୍ମଚାରୀଙ୍କ ମୃତ୍ୟୁ ହେଲେ ଏଣିକି ଝିଅଙ୍କୁ ଚାକିରି ମିଳିଛି । ବାପାମା’ଙ୍କ ଉପରେ ନିର୍ଭରଶୀଳ ବିବାହିତ ଝିଅ/ ସାବତ ଝିଅଙ୍କୁ ଚାକିରି ମିଳିବ । ଥଇଥାନ ଯୋଜନାରେ ବିବାହିତ ଝିଅ/ସାବତ ଝିଅଙ୍କୁ ଚାକିରି ମିଳିବ । ସେହିପରି ଅଗ୍ନିବୀରଙ୍କୁ ନେଇ କ୍ୟାବିନେଟରେ ବଡ଼ ନିଷ୍ପତ୍ତି ହୋଇଛି।

ଓଡ଼ିଶା ଅବସରପ୍ରାପ୍ତ ଅଗ୍ନିବୀର (ୟୁନିଫର୍ମ ସେବାରେ ନିଯୁକ୍ତି) ନିୟମାବଳୀ, ୨୦୨୪ ର ପ୍ରଣୟନ। ପ୍ରତ୍ୟକ୍ଷ ନିଯୁକ୍ତି ଦ୍ବାରା ପୂରଣ ହେଉଥିବା ରାଜ୍ୟର ୟୁନିଫର୍ମ ସେବାରେ ଅବସର ପ୍ରାପ୍ତ ଅଗ୍ନିବୀରଙ୍କୁ ରାଜ୍ୟ ସରକାର ଯଥେଷ୍ଟ ନିଯୁକ୍ତି ସୁଯୋଗ ଦେବେ। ଅବସର ପ୍ରାପ୍ତ ଅଗ୍ନିବୀରଙ୍କ ପାଇଁ ଦଶ ପ୍ରତିଶତ (୧୦%) ଆନୁଭୂମିକ ସଂରକ୍ଷଣ (Horizontal Reservation)ର ବ୍ୟବସ୍ଥା ରହିଛି । ଏହି ସଂରକ୍ଷଣ ଅବସରପ୍ରାପ୍ତ ସୈନିକଙ୍କ ପାଇଁ ଲାଗୁ ହେଉଥିବା ସଂରକ୍ଷଣ ସହିତ ଅତିରିକ୍ତ ଦଶ ପ୍ରତିଶତ (୧୦%) ସଂରକ୍ଷଣ ରହିବ ।ନି ର୍ଦ୍ଧାରିତ ବୟସ ସୀମାକୁ ତିନି (୦୩) ବର୍ଷ କୋହଳ କରାଯିବ। ଅବସରପ୍ରାପ୍ତ ଅଗ୍ନିବୀରଙ୍କୁ ଶାରୀରିକ ଦକ୍ଷତା ପରୀକ୍ଷାରୁ ଅବ୍ୟାହତି ଦିଆଯିବ ।

ଓଡ଼ିଶା ବେସାମରିକ ସେବା (ପୁନର୍ବାସ ସହାୟତା) ନିୟମାବଳୀ, ୨୦୨୦ ର ସଂଶୋଧନ କରାଯାଇଛି। ଓଡିଶା ବେସାମରିକ ସେବା (ପୁନର୍ବାସ ସହାୟତା) ନିୟମାବଳୀ, ୨୦୨୦ ଅନୁଯାୟୀ, ସରକାରୀ କର୍ମଚାରୀଙ୍କ ମୃତ୍ୟୁ ହେଲେ ଏଣିକି ଝିଅଙ୍କୁ ମିଳିବ ଚାକିରି। ବାପାମା’ଙ୍କ ଉପରେ ନିର୍ଭରଶୀଳ ବିବାହିତ ଝିଅ/ ସାବତ ଝିଅଙ୍କୁ ମିଳିବ ଚାକିରି । ଥଇଥାନ ଯୋଜନାରେ ବିବାହିତ ଝିଅ/ସାବତ ଝିଅଙ୍କୁ ମିଳିବ ଚାକିରି ସରକାରୀ କର୍ମଚାରୀଙ୍କ ବିବାହିତ ଝିଅ ଏବଂ ସାବତ ପୁଅ ଝିଅଙ୍କ ପାଇଁ ନିଯୁକ୍ତିର ବ୍ୟବସ୍ଥା ନ ଥିଲା । ବର୍ତ୍ତମାନ ବିବାହିତ ଝିଅ ଏବଂ ସାବତ ଝିଅଙ୍କୁ ନିଯୁକ୍ତି ମିଳିବ।