ଗଣେଶ ମୂର୍ତ୍ତି ଭସାଣି ବେଳେ ଭାସିଗଲେ ୪ ଜଣ : ୨ ଛାତ୍ର ମୃତ, ୨ ଶିକ୍ଷକ ଉଦ୍ଧାର
ବାରିପଦା (ସଂକେତ ଟିଭି): ବାରିପଦାର ଭଞ୍ଜପୁର ଥାନା ଅନ୍ତର୍ଗତ ଲକ୍ଷ୍ମୀପୋଷି ନିକଟସ୍ଥ ସୁବର୍ଣ୍ଣରେଖା କେନାଲରେ ଗଣେଷ ମୂର୍ତ୍ତି ବିସର୍ଜନ କରିବାକୁ ଯାଇ କେନାଲରେ ୨ ଶିକ୍ଷକଙ୍କ ସମେତ ୨ ଜଣ ଛାତ୍ର ଭାସିଯାଇଥିଲେ । ୨ଜଣ ଶିକ୍ଷକଙ୍କୁ ଅଗ୍ନିଶମ ବିଭାଗ ଉଦ୍ଧାର କରିଥିବା ବେଳେ ୨ଜଣଙ୍କ ମୃତ ଦେହ ଉଦ୍ଧାର ହୋଇଛି । ମୃତକ ୨ ଜଣ ହେଲେ ଆଦର୍ଶ ବିଦ୍ୟାଳୟର ଯୁକ୍ତ ୨ ଛାତ୍ର ଖୁଣ୍ଟା ଥାନା ଅଞ୍ଚଳର ତନ୍ମୟ କୁମାର ବେହେରା ଓ ରାସଗୋବିନ୍ଦପୁର ଅଞ୍ଚଳର ଦିବ୍ୟଜ୍ୟୋତି ସାହୁ ।
ଶୁକ୍ରବାର ସକାଳ ସମୟରେ ଗଣେଶ ମୂର୍ତ୍ତି ବିସର୍ଜନ ପାଇଁ ସ୍ଥାନୀୟ ଅଞ୍ଚଳର ଏକ ମେସ୍ରୁ ୪ ଜଣ ଯାଇଥିଲେ । କେନାଲରେ ଅଧିକ ପାଣି ଥିବାରୁ ଏଭଳି ଅଘଟଣ ଘଟିଥିବା କୁହାଯାଉଛି । ଭିତରକୁ ଯିବାବେଳେ ୪ ଜଣ ଭାସିଯାଇଯାଇଥିଲେ । ପିଲାଙ୍କ ପାଟି ଶୁଣି ସ୍ଥାନୀୟ ଲୋକେ ଅଗ୍ନିଶମ ବାହିନୀକୁ ଖବର ଦେଇଥିଲେ । ପ୍ରଥମେ ୨ ଜଣ ଶିକ୍ଷକ ବରପଦା ଥାନା ଅଞ୍ଚଳର ରଞ୍ଜନ କୁମାର ନାୟକ ଓ ବାଲିଆପାଳ ଥାନା ଅଞ୍ଚଳର ତପନ କମିଲାଙ୍କୁ ଉଦ୍ଧାର କରିଥିଲା ଅଗ୍ନିଶମ ବାହିନୀ । ୨ଜଣ ଛାତ୍ର ଓ ୨ଜଣ ଶିକ୍ଷକ ଓଡିଶା ଆଦର୍ଶ ବିଦ୍ୟାଳୟର ଅଟନ୍ତି ।