FeaturedLatestNews

ବିମାନବନ୍ଦରରୁ ଧରାପଡିଲା ୨୦ କିଲୋ ସୁନା

ଭୁବନେଶ୍ୱର (ସଂକେତ ଟିଭି): ଭୁବନେଶ୍ୱର ବିମାନ ବନ୍ଦରରୁ ସିଟି ଜିଏସ୍‌ଟି ବିଭାଗ ୨୪କିଲୋ ସୁନା ଅଳଙ୍କାର ଜବତ କରିଛି । ଜବତ ସୁନା ଅଳଙ୍କାର ଭିତରୁ ୪ କିଲୋ ସୁନାର ତଥ୍ୟ ମିଳୁନାହିଁ । ଟ୍ୟାକ୍ସ ଇନ୍‌ ଭଏସ ଓ ଉପଯୁକ୍ତ ବିଲ୍‌ ଦେଖାଇ ନପାରିବାରୁ ସୁନା ଅଳଙ୍କାରକୁ ଜବତ କରି ତଦନ୍ତ କରାଯାଉଛି।

ସୂଚନା ଅନୁଯାୟୀ, ମୁମ୍ବାଇରୁ ବିମାନରେ ସୁନାଗହଣା ଭୁବନେଶ୍ୱର ଆସିଥିବା ଜିଏସ୍‌ଟି ବିଭାଗ ଖବର ପାଇଥିଲା। ‘ସିକୁଏଲ ଲଜିଷ୍ଟିକ’ ନାମ ଏକ ସଂସ୍ଥା ସୁନା ନେଇ ଆସୁଥିଲା। ବିମାନବନ୍ଦର ସାମ୍‌ନାରେ ସିଟି ଜିଏସ୍‌ଟିର ଅଧିକାରୀମାନେ ଉକ୍ତ ଗାଡିକୁ ଅଟକାଇଥିଲା। ଗାଡିକୁ ଯାଞ୍ଚ କରିବା ପରେ ସେଥିରୁ ୨୦ କିଲୋ ସୁନା ଅଳଙ୍କାର ମିଳିଥିଲା। ସେଥିରୁ ୪ କିଲୋର ହିସାବ ମିଳି ପାରୁନଥିଲେ। ତେଣୁ ଏହା ଉପରେ ମୋଟା ଅଙ୍କର ଜରିମାନା ପକାଇବା ଲାଗି ଯୋଜନା ହୋଇଛି।

ଜବତ କରାଯାଇଥିବା ସୁନା ଅଳଙ୍କାର ଭୁବନେଶ୍ୱର ପ୍ରତିଷ୍ଠିତ ଅଳଙ୍କାର ଦୋକାନୀଙ୍କ ନିକଟକୁ ଆସିଥିବା ଜଣାପଡ଼ିଛି। ତେଣୁ ସୁନା ଦୋକାନୀଙ୍କୁ ବିଲ୍‌ ସହ ଅନ୍ୟାନ୍ୟ କାଗଜପତ୍ର ଆଣିବାକୁ କୁହାଯାଇଛି। ଯାଞ୍ଚ କରିବା ପରେ ଟିକସ ଫାଙ୍କିବା ଲାଗି ସୁନା ଅଳଙ୍କାର ପରିବହନ ଲାଗି କାଗଜପତ୍ରକୁ ଜାଲିଆତି କରାଯାଇଥିବା ସିଟି ଜିଏସ୍‌ଟି ଜାଣିବାକୁ ପାଇଥିଲା।