FeaturedGeneralLatest

ବଢିଲା ମାଗଣା ଆଧାର କାର୍ଡ ଅପଡେଟ୍ ତାରିଖ

ନୂଆଦିଲ୍ଲୀ (ସଂକେତ ଟିଭି): ଆଧାର କାର୍ଡର ମାଗଣା ଅପଡେଟ୍ ପାଇଁ ଶେଷ ତାରିଖ ବୃଦ୍ଧି କରାଯାଇଛି। ୟୁନିକ୍ ଆଇଡେଣ୍ଟିଫିକେସନ୍ ଅଥରିଟି ଅଫ୍ ଇଣ୍ଡିଆ (ୟୁଆଇଡିଏଆଇ) ଦ୍ୱାରା ଆଧାର କାର୍ଡର ମାଗଣା ଅପଡେଟ୍ ପାଇଁ ଶେଷ ତାରିଖ ୧୪ ସେପ୍ଟେମ୍ବର ୨୦୨୪ ସ୍ଥିର କରାଯାଇଥିଲା। ବର୍ତ୍ତମାନ ଆଧାରର ମାଗଣା ଅପଡେଟ୍ ପାଇଁ ଶେଷ ତାରିଖ ୧୪ ସେପ୍ଟେମ୍ବରରୁ ୧୪ ଡିସେମ୍ବର ୨୦୨୪କୁ ବୃଦ୍ଧି କରାଯାଇଛି। ୟୁଆଇଡିଏଆଇ ତାର ଅଫିସିଆଲ୍ ଏକ୍ସ ଆକାଉଣ୍ଟ ମାଧ୍ୟମରେ ଏନେଇ ସୂଚନା ଦେଇଛି ।

ମାଗଣା ଆଧାର ଅପଡେଟ୍ ସେବା କେବଳ ଅନଲାଇନରେ ଉପଲବ୍ଧ। ଅନଲାଇନରେ ଅପଡେଟ୍ ପାଇଁ ୟୁଆଇଡିଏଆଇର ଅଫିସିଆଲ୍ ୱେବସାଇଟ୍ https://uidai.gov.in/ କୁ ଲଗ୍ଇନ୍ କରିବାକୁ ହେବ।
ମୂଳପୃଷ୍ଠାରେ ମାଇଁ ଆଧାର ପୋର୍ଟାଲକୁ ଯାଇ ଏବଂ ପଞ୍ଜୀକୃତ ମୋବାଇଲ୍ ନମ୍ବରରେ ପ୍ରାପ୍ତ ଓଟିପି ବ୍ୟବହାର କରି ଲଗ୍ ଇନ୍ କରିବାକୁ ହେବ। ବିବରଣୀ ଯାଞ୍ଚ କରି ଯଦି ଏହା ସଠିକ୍ ଅଛି ତେବେ ଉପଯୁକ୍ତ ବାକ୍ସକୁ ଟିକ୍ କରିବାକୁ ହେବ। ଯଦି ସୂଚନା ଭୁଲ ଅଟେ, ଡ୍ରପ୍ ଡାଉନ୍ ମେନୁରୁ ପରିଚୟ ଡକ୍ୟୁମେଣ୍ଟ ଚୟନ କରି ଡକ୍ୟୁମେଣ୍ଟ୍ ଅପଲୋଡ୍ କରିବାକୁ ହେବ। ଏହି ଡକ୍ୟୁମେଣ୍ଟ୍ ଜେପିଇଜି, ପିଏନଜି ଏବଂ ପିଡିଏଫ ଭାବରେ ଅପଲୋଡ୍ ହୋଇପାରିବ। ଆଧାର କାର୍ଡରେ କୌଣସି ପ୍ରକାରର ଅପଡେଟ୍ ପାଇଁ ଆଧାର କେନ୍ଦ୍ରକୁ ଗଲେ ନିର୍ଦ୍ଦିଷ୍ଟ ଦେୟ ଦେବାକୁ ପଡିବ। କିଛି ଅପଡେଟ୍, ଯେପରିକି ଆଇରିସ୍ କିମ୍ବା ବାୟୋମେଟ୍ରିକ୍ ଡାଟା ଅପଡେଟ୍, କେବଳ ଆଧାର କେନ୍ଦ୍ରରେ ହିଁ କରାଯାଇପାରିବ।