ଫିଲ୍ମରୁ ସନ୍ୟାସ ଘୋଷଣା କଲେ ଥାଲାପତି ବିଜୟ
ଚେନ୍ନାଇ (ସଂକେତ ଟିଭି): ଦକ୍ଷିଣ ଭାରତ ଅଭିନେତା ଥାଲାପତି ବିଜୟ ଫିଲ୍ମରୁ ସନ୍ୟାସ ନେବାକୁ ମନସ୍ଥ କରିଛନ୍ତି। ନିଜ ପ୍ରଡକ୍ସନ୍ ହାଉସ୍ ଦ୍ବାରା ଏକ ଭିଡ଼ିଓ ରିଲିଜ୍ କରି ସେ ଏହା ଘୋଷଣା କରିଛନ୍ତି।
ଥାଲାପତି ବିଜୟ ନିକଟରେ ତାଙ୍କର ଶେଷ ଚଳଚ୍ଚିତ୍ର ‘ଥାଲାପତି ୬୯’ ଘୋଷଣା କରିଛନ୍ତି। ଏହି ଚଳଚ୍ଚିତ୍ର ରିଲିଜ୍ ହେବା ପରେ ସୁପରଷ୍ଟାର ଇଣ୍ଡଷ୍ଟ୍ରିରୁ ଅବସର ନେବାକୁ ନିଷ୍ପତ୍ତି ନେଇଛନ୍ତି। ତାଙ୍କ ଚଳଚ୍ଚିତ୍ର ‘ଦି ଗ୍ରେଟେଷ୍ଟ ଅଫ୍ ଅଲ୍ ଟାଇମ୍’ (ଜିଓଏଟି) ଗତ ସପ୍ତାହରେ ପ୍ରେକ୍ଷାଳୟରେ ମୁକ୍ତିଲାଭ କରିଥିଲା। ଏହା ବକ୍ସ ଅଫିସରେ ଝଡ଼ ସୃଷ୍ଟି କରିଛି ।
ଥାଲାପତି ବିଜୟ ଚଳଚ୍ଚିତ୍ରରୁ ଦୂରେଇ ଯାଇ ତାଙ୍କ ରାଜନୈତିକ କ୍ୟାରିୟର ଉପରେ ଧ୍ୟାନ ଦେବାକୁ ଚାହୁଁଛନ୍ତି। ସେ ‘ତାମିଝାଗା ଭେତ୍ରି କାଝଗମ’ ଦଳ ଗଠନ କରିଥିଲେ। କିଛି ଦିନ ତଳେ ତାଙ୍କ ଦଳ ନିର୍ବାଚନ କମିଶନଠାରୁ ସ୍ବୀକୃତି ଲାଭ କରିଥିଲା । ନିକଟରେ ସେ ପାର୍ଟି ପାଇଁ ପତାକା ମଧ୍ୟ ଉନ୍ମୋଚନ କରିଥିଲେ। ପାନାୟୁର ପାର୍ଟି କାର୍ଯ୍ୟାଳୟରେ ପତାକା ଉତ୍ତୋଳନ କରୁଥିବାବେଳେ ବିଜୟ ଦଳର ସଂଗୀତ ମଧ୍ୟ ପ୍ରକାଶ କରିଥିଲେ।