ବିଶ୍ବକର୍ମା ମୂର୍ତ୍ତି ବିସର୍ଜନ ବେଳେ ବୁଡିଗଲେ ୨ ଛାତ୍ର
ବାରିପଦା (ସଂକେତ ଟିଭି): ମୟୂରଭଞ୍ଜ ଜିଲ୍ଲା ବେତନଟୀ ନିକଟ କାଠପାଳ ବନ୍ଧରେ ବୁଡି ୨ ଆଇଟିଆଇ ଛାତ୍ର ମୃତ୍ୟୁ ବରଣ କରିଛି । ଛାତ୍ରଦ୍ବୟ ବିଶ୍ବକର୍ମା ମୂର୍ତ୍ତି ବିସର୍ଜନ ପାଇଁ ଯାଇଥିବା ବେଳେ ଅଘଟଣ ଘଟିଛି । ଛାତ୍ରଦ୍ବୟ ହେଲେ ବାଦାମପାହାଡ଼ ଅଞ୍ଚଳର ଠାକୁର ସୋରେନ ଓ କରଞ୍ଜିଆ ତାଟୋ ଅଞ୍ଚଳର ବଡ଼ଗାଁର ଭାଗ୍ୟ ପ୍ରକାଶ ପାତ୍ର । ଉଭୟ ହଷ୍ଟେଲରେ ରହି ପାଠପଢୁଥିବା ଜଣାପଡିଛି । କାଠପୋଳ ନିକଟରେ ଥିବା ଏକ ଯୁକ୍ତ ଦୁଇ ଏବଂ ଆଇଟିଆଇ କଲେଜ ଥିବା ବେଳେ ସେହି ବ୍ରିଲିଆଣ୍ଟ ସାଇନ୍ସ ଆଣ୍ଡ ଟି କଲେଜ ର ଛାତ୍ର ବୋଲି ଜଣା ପଡିଛି। ଘଟଣାସ୍ଥଳରେ ବେତନଟୀ ଏସ ଡି ପିଓ, ବାରିପଦା ତହସିଲଦାର ଏବଂ ଦମକଳ ବାହିନୀ ର ଅଧିକାରୀ ପହଞ୍ଚି ଉଦ୍ଧାର କାର୍ଯ୍ୟ ତଦାରଖ କରିଥିଲେ । ବାରିପଦା ଅଗ୍ନିଶମ ବାହିନୀ ପହଞ୍ଚି ଦିର୍ଘ ଚାରି ଘଣ୍ଟା ପରିଶ୍ରମ ପରେ ଦୁଇ ଛାତ୍ରଙ୍କ ମୃତ ଦେହ ଉଦ୍ଧାର କରାଯାଇଛି।