FeaturedLatestNews

ବାଲେଶ୍ବର ଜିଲ୍ଲାର ବନ୍ୟା ପ୍ରଭାବିତ ଅଞ୍ଚଳ ପରିଦର୍ଶନ କଲେ ମୁଖ୍ୟମନ୍ତ୍ରୀ

ବାଲେଶ୍ବର (ସଂକେତ ଟିଭି): ଲଘୁଚାପ ଜନୀତ ବର୍ଷା ଯୋଗୁଁ ବାଲେଶ୍ଵର ଜିଲ୍ଲାର ୩ଟି ବ୍ଲକ ଅଞ୍ଚଳରେ ବନ୍ୟା ସ୍ଥିତି ଦେଖାଦେଇଛି । ଆଜି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଭୋଗରାଇ, ବାଲିଆପାଳ, ଜଳେଶ୍ଵର ଓ ବସ୍ତା ବ୍ଲକର ବନ୍ୟା ସ୍ଥିତି ଆକାଶ ମାର୍ଗରୁ ନିରୀକ୍ଷଣ କରିଥିଲେ। ପରେ ବାଲେଶ୍ଵର ପାଛୋଡିଆ ସ୍ଥିତ ପଦ୍ମାବତୀ ପାର୍କ ପରିସରରେ ବାଲେଶ୍ଵର ବନ୍ୟା ସ୍ଥିତିର ସମୀକ୍ଷା କରିଥିଲେ। ତେବେ ବନ୍ୟା ପରିସ୍ଥିତି ଉଦବେଗଜନକ ବୋଲି ମୁଖ୍ୟମନ୍ତ୍ରୀ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି।

ଜିଲ୍ଲା ପ୍ରଶାସନ ପକ୍ଷରୁ ଦିଆଯାଇଥିବା ସୂଚନା ଅନୁସାରେ ସୁବର୍ଣ୍ଣରେଖା ନଦୀର ବନ୍ୟା ପ୍ରଭାବରେ ୩୫ ପଞ୍ଚାୟତ କ୍ଷତିଗ୍ରସ୍ତ ହେବା ସହ ୧୫ ପଞ୍ଚାୟତରୁ ୨ ହଜାର ଲୋକଙ୍କୁ ଅସ୍ଥାୟୀ ସ୍ଥାନାନ୍ତର କରାଯାଇଛି। ଉଦ୍ଧାର କାର୍ଯ୍ୟରେ ୮ ଅଗ୍ନୀସମ ବିଭାଗର ଟିମ, ୩ ଓଡ୍ରାଫ ସାଙ୍ଗକୁ ଗୋଟିଏ ଏନଡିଆରଏଫ ଟିମ୍ ମୁତୟନ କରାଯାଇଛି।

ସମୀକ୍ଷା ବୈଠକରେ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ମୁକେଶ ମହାଲିଙ୍ଗ, ସରକାରୀ ଡାକରା ଉପମୁଖ୍ୟ ସଚେତକ ତଥା ରେମୁଣା ବିଧାୟକ ଗୋବିନ୍ଦ ଦାସ, ବାଲେଶ୍ଵର ବିଧାୟକ ମାନସ କୁମାର ଦତ୍ତ, ନୀଳଗିରି ବିଧାୟକ ସନ୍ତୋଷ ଖଟୁଆ, ସିମୁଳିଆ ବିଧାୟକ ପଦ୍ମଲୋଚନ ପଣ୍ଡା, ଏସପି ସାଗରିକା ନାଥ, ଜିଲ୍ଲା ପରିଷଦର ଉନ୍ନୟନ ଅଧିକାରୀ ବିଶ୍ବରଂଜନ ନାୟକ ଉପସ୍ଥିତ ଥିଲେ।