FeaturedGeneralLatest

ଓ୍ବାନ ନେସନ ଓ୍ବାନ୍ ଇଲେକ୍ସନକୁ ମିଳିଲା କେନ୍ଦ୍ର କ୍ୟାବିନେଟ ମଞ୍ଜୁରୀ

ନୂଆଦିଲ୍ଲୀ (ସଂକେତ ଟିଭି): କେନ୍ଦ୍ର କ୍ୟାବିନେଟ ଓ୍ବାନ ନେସନ ଓ୍ବାନ୍ ଇଲେକ୍ସନକୁ ମଞ୍ଜୁରୀ ପ୍ରଦାନ କରିଛନ୍ତି । ଗତବର୍ଷ ସେପ୍ଟେମ୍ବରରେ ଏଥି ନେଇ ପୂର୍ବତନ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ଅଧ୍ୟକ୍ଷତାରେ କମିଟି ଗଠିତ ହୋଇଥିଲା । କୋବିନ୍ଦଙ୍କ ରିପୋର୍ଟକୁ କ୍ୟାବିନେଟ ଅନୁମୋଦନ ମିଳିଛି ।

କେନ୍ଦ୍ର କ୍ୟାବିନେଟ ନିଷ୍ପତ୍ତି କେନ୍ଦ୍ର ଆଇଟି ତଥା ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ ଘୋଷଣା କରିଛନ୍ତି । ଏହି ସମୟରେ ବୈଷ୍ଣବ କହିଛନ୍ତି, “1952ରୁ 1967 ପର୍ଯ୍ୟନ୍ତ ଦେଶରେ ନିର୍ବାଚନ ଏକାସମୟରେ/ଏକାଠି ହୋଇଥିଲା । ଏହା ପରେ 1999ରେ ଲ’ କମିଶନ 170ତମ ରିପୋର୍ଟରେ କହିଥିଲେ କି ପ୍ରତି 5 ବର୍ଷରେ ଲୋକସଭା ଏବଂ ସମସ୍ତ ବିଧାନସଭା ନିର୍ବାଚନ ଏକାଠି ହେବା ଉଚିତ । ଯାହାଫଳରେ ଦେଶରେ ବିକାଶ ଜାରି ରହିବ ଏବଂ ନିର୍ବାଚନୀ ଖର୍ଚ୍ଚ କମିବ ତା ସହିତ ଦେଶରେ ନିର୍ବାଚନ ପାଇଁ ବାରମ୍ବାର ଆଇନଶୃଙ୍ଖଳା ପରିସ୍ଥିତି ଉପୁଜିବ ନାହିଁ । କାରଣ ନିର୍ବାଚନ ଆଇନ ଶୃଙ୍ଖଳା ପାଇଁ ବ୍ୟାପକ ପୋଲିସ ପ୍ରଶାସନ ନିୟୋଜିତ ହୋଇଥାନ୍ତି ଏବଂ ଏହା ଅତ୍ୟଧିକ ବ୍ୟୟବହୁଳ ହୋଇଥାଏ । ତେବେ ଏହା ସହିତ ଦେଶର ବିଭିନ୍ନ ସଂସ୍ଥାନ ଏବଂ ଅନୁଷ୍ଠାନ ପକ୍ଷରୁ ବାରମ୍ବାର ଏକାଠି ନିର୍ବାଚନ ପରିଚାଳନ ପାଇଁ ପ୍ରସ୍ତାବ ଏବଂ ସୁପାରିଶ ଉଠିଛି । ଏହାସହିତ ପାର୍ଲାମେଣ୍ଟ କମିଟି, 2015ରେ 79 ରିପୋର୍ଟରେ ଦୁଇଟି ପର୍ଯ୍ୟାୟରେ ଏକକାଳୀନ ନିର୍ବାଚନ ପାଇଁ କେନ୍ଦ୍ର ସରକାରଙ୍କୁ ସୁପାରିଶ କରିଥିଲା । ଏହା ପରେ କେନ୍ଦ୍ର ସରକାର ପୂର୍ବତନ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ନେତୃତ୍ବରେ ଏକ କମିଟି ଗଠନ କରିଥିଲେ ।