ମେଜର ଓ ବାନ୍ଧବୀକୁ ଦୁର୍ବ୍ୟବହାର ଘଟଣାରେ ଧରାପଡିଲେ ୭ ରୋଡ୍ ରୋମିଓ
ଭୁବନେଶ୍ବର (ସଂକେତ ଟିଭି): ଭରତପୁର ଥାନାରେ ମେଜର ଓ ତାଙ୍କ ବାନ୍ଧବୀକୁ ଦୁର୍ବ୍ୟବହାର ଘଟଣାରେ ଶୁକ୍ରବାର ୭ ଜଣ ରୋଡ୍ ରୋମିଓଙ୍କୁ କମିଶନରେଟ୍ ପୋଲିସ ଅଟକ ରଖିଛି। କ୍ରାଇମବ୍ରାଞ୍ଚର ଟିମ ଚନ୍ଦକା ଥାନାରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।
ସୂଚନା ଅନୁଯାୟୀ, ଗତ ୧୪ ତାରିଖ ରାତିରେ ମେଜର ଓ ତାଙ୍କ ବାନ୍ଧବୀ ଘରକୁ ଫେରୁଥିବା ବେଳେ ପଥରଗାଡ଼ିଆ ଓ ଭରତପୁର ରାସ୍ତାରେ ୧୦ରୁ ୧୨ଜଣ ଦୁର୍ବୃତ୍ତ ଆସି ତାଙ୍କୁ ଦୁର୍ବ୍ୟବହାର ପ୍ରଦର୍ଶନ କରିଥିଲେ। ନିଶାସକ୍ତ ଅବସ୍ଥାରେ ଅଶ୍ଳୀଳ ଇଙ୍ଗିତ କରିବା ସହ ମାଡ଼ ମାରିବାକୁ ମଧ୍ୟ ଧମକ ଦେଇଥିଲେ । ଏ ନେଇ ମେଜର ଓ ତାଙ୍କ ବାନ୍ଧବୀ ଥାନାକୁ ଯିବାପରେ ପୁଲିସ ତାଙ୍କୁ ଦୁର୍ବ୍ୟବହାର ସହ ମାଡ଼ ମାରିବା ଭଳି ସାଙ୍ଘାତିକ ଅଭିଯୋଗ ଆସିଥିଲା ।
ମେଜର ଏବଂ ତାଙ୍କ ବାନ୍ଧବୀ ଥାନାକୁ ଅଭିଯୋଗ କରିବାକୁ ଯାଇଥିବାବେଳେ ତାଙ୍କୁ ଥାନା ଭିତରେ ଆଇଆଇସିଙ୍କ ସମେତ ଅନ୍ୟ ୪ ଜଣ ପୋଲିସ କର୍ମଚାରୀ ଅସଦାଚରଣ କରିବା ସହିତ ନିସ୍ତୁକ ମାଡ଼ ମାରିଥିଲେ। ଏଥିରେ ମହିଳା ପୋଲିସ କର୍ମଚାରୀ ବି ସାମିଲ ଥିଲେ। କିନ୍ତୁ ପରଦିନ ଏହି ଘଟଣା ସାମ୍ନାକୁ ଆସିବା ପରେ ଅଭିଯୋଗ କରିବାକୁ ଆସିଥିବା ମହିଳା ପୋଲିସକୁ ଆକ୍ରମଣ କରିଥିବା ନେଇ କୁହାଯାଇଥିଲା।
ସେପଟେ ଏହି ଘଟଣାକୁ ନେଇ ପୂରା ଦେଶ ସ୍ତବ୍ଧ ହୋଇଛି ବୋଲି ପ୍ରିୟଙ୍କା ଗାନ୍ଧି କହିଛନ୍ତି । ଏକ୍ସ ଜରିଆରେ ପ୍ରିୟଙ୍କା ନିଜ ପ୍ରତିକ୍ରିୟା ରଖିଛନ୍ତି । ‘ଓଡ଼ିଶାରେ ଜଣେ ସେନା ମେଜର ଓ ବାନ୍ଧବୀଙ୍କ ପ୍ରତି ଯାହା ହୋଇଛି ଦେଶ ସ୍ତବ୍ଧ’।
ଏହି ଘଟଣାରେ ଭରତପୁର ଥାନାରେ ମହିଳା କମିଶନ ଟିମର ତନାଘନା । ମହିଳା କମିଶନ ଅଧ୍ୟକ୍ଷାଙ୍କ ସହ ତିନିଜଣିଆ ଟିମ ତଦନ୍ତ ଆରମ୍ଭ କରିଛନ୍ତି । ଥାନା ଆଇଆଇସି ସମେତ ଥାନା କର୍ମଚାରୀଙ୍କୁ ପଚରାଉଚରା କରିଛନ୍ତି । ଘଟଣାର FIR ଡକ୍ୟୁମେଣ୍ଟ ନେଇ ତନାଘନା କରିବା ସହ ମହିଳା କମିଶନଙ୍କ ଟିମ ତନାଘନା ପରେ ପୀଡିତାଙ୍କ ପରିବାରକୁ ଭେଟିବାକୁ ଯାଇଛି ।