FeaturedGeneralLatest

ଅନୁରା ଦିସାନାୟକେ ହେଲେ ଶ୍ରୀଲଙ୍କାର ନୂଆ ରାଷ୍ଟ୍ରପତି 

କଲମ୍ବୋ (ସଂକେତ ଟିଭି): ଅନୁରା କୁମାର ଦିଶାନାୟକେ ଶ୍ରୀଲଙ୍କାର ନୂଆ ରାଷ୍ଟ୍ରପତି ହୋଇଛନ୍ତି । ଶ୍ରୀଲଙ୍କାରେ ରାଷ୍ଟ୍ରପତି ନିର୍ବାଚନର ଭୋଟ୍‌ ଗଣତିରେ ସେ ବିଜୟୀ ହୋଇଥିବା ଜଣାପଡିଛି । ପ୍ରାରମ୍ଭିକ ଧାରା ଅନୁଯାୟୀ, ୫୭% ଭୋଟ୍‌ ପାଇ ନ୍ୟାସନାଲ ପିପୁଲ୍ ପାୱାର(NPP)ମେଣ୍ଟର ପ୍ରାର୍ଥୀ ଅନୁରା କୁମାରା ଦିଶାନାୟକେ ଆଗୁଆ ଥିଲେ।

ଗତକାଲି ରାଷ୍ଟ୍ରପତି ନିର୍ବାଚନ ପାଇଁ ମତଦାନ ଶେଷ ହୋଇଥିବା ବେଳେ ଆଜି ଭୋଟ ଗଣତି ଜାରି ରହିଥିଲା । ଗଣତିର ଶେଷ ଫଳାଫଳ ଅନୁସାରେ, ବାମମେଣ୍ଟ ନ୍ୟାସନାଲ ପିପୁଲ୍ସ ପାଓ୍ବାର (ଏନପିପି) ନେତା ଅନୁରା କୁମାର ଦିସାନାୟକେ ରାଷ୍ଟ୍ରପତି ନିର୍ବାଚିତ ହୋଇଛନ୍ତି । ଅନ୍ୟ ଦୁଇ ନିକଟତମ ପ୍ରୀର୍ଥୀ ତଥା ବର୍ତ୍ତମାନର ରାଷ୍ଟ୍ରପତି ରାନିଲ ବିକ୍ରମସିଙ୍ଘେ ଓ ବିରୋଧୀ ଦଳ ନେତା ସାଜିତ ପ୍ରେମଦାସାଙ୍କଠାରୁ ଅନୁରା ଭଲ ବ୍ୟବଧାନରେ ଆଗରେ ରହିଥିଲେ ।

56 ବର୍ଷୀୟ ଅନୁରା କୁମାର ଦିଶାନାୟକେ କଲମ୍ବୋ ଜିଲ୍ଲାର ସାଂସଦ ଅଟନ୍ତି। ବର୍ତ୍ତମାନ ସେ ନ୍ୟାସନାଲ ପିପୁଲ୍ସ ପାୱାର ଏବଂ ଜନତା ଭିମୁକଥୀ ପେରୁମୁନା ପାର୍ଟିର ନେତା ଅଟନ୍ତି। ଏନପିପି ମିଳିତ ମଞ୍ଚର ପ୍ରାର୍ଥୀ ଭାବରେ ସେ ରାଷ୍ଟ୍ରପତି ନିର୍ବାଚନରେ ​​ପ୍ରତିଦ୍ୱନ୍ଦ୍ୱିତା କରିଥିଲେ।