LatestNewsPolitics

ଆସନ୍ତା ୨୪ରେ ୬ଘଣ୍ଟିଆ ଭୁବନେଶ୍ବର ବନ୍ଦ ଡାକରା ଦେଲା ବିଜେଡି

ଭୁବନେଶ୍ବର (ସଂକେତ ଟିଭି): ଭରତପୁର ଥାନାରେ ମେଜର ଓ ତାଙ୍କ ବାନ୍ଧବୀଙ୍କୁ ଅସଦାଚରଣ କରାଯାଇଥିବା ପ୍ରଦିବାଦ କରି ବିଜେଡି ଆସନ୍ତା ୨୪ ତାରିଖ ମଙ୍ଗଳବାର ଦିନ ୬ ଘଣ୍ଟିଆ ଭୁବନେଶ୍ୱର ବନ୍ଦ ଡାକରା ଦେଇଛି । ଏନେଇ ଆଜି ପ୍ରେସମିଟରେ ସୂଚନା ଦେଇଛନ୍ତି ବିଜେଡିର ବରିଷ୍ଠ ନେତା ଦେବୀ ପ୍ରସାଦ ମିଶ୍ର।

ଦେବୀ ମିଶ୍ର କହିଛନ୍ତି, ଆମ ମାତୃଶକ୍ତି ଭୁଲୁଣ୍ଠିତ ହୋଇଛି। ଘଟଣାକୁ ଚାପି ଦେବାକୁ ଉଦ୍ୟମ ହୋଇଥିଲା। ତେଣୁ ଘଟଣାର ନ୍ୟାୟିକ ତଦନ୍ତ ଦାବି କରାଯାଇଛି। ଏଥିସହ ବହୁ ବହୁ ଆଲୋଚନା, ପର୍ଯ୍ୟାଲୋଚନା ପରେ ବିଜେଡି ଆସନ୍ତା ମଙ୍ଗଳବାର ଭୁବନେଶ୍ୱରରେ ୬ ଘଣ୍ଟିଆ ବନ୍ଦ ପାଳନ କରିବ ।

ବିଜେଡି କହିଛି ରାଜ୍ୟରେ ଆଇନଶୃଙ୍ଖଳା ବ୍ୟବସ୍ଥା ବିପର୍ଯ୍ୟସ୍ତ ପ୍ରସଙ୍ଗ ନେଇ ଏହି ବନ୍ଦ ଡାକରା ଦେଇଛି ବିଜେଡି। ଭରତପୁର ଥାନାରେ ମେଜର ଓ ତାଙ୍କ ବାନ୍ଧବୀଙ୍କୁ ଅସଦାଚରଣ କରାଯାଇଥିବା ପ୍ରସଙ୍ଗକୁ ନେଇ ସରକାରଙ୍କ ଉପରେ ତୀବ୍ର ଭାବେ ବିଜେଡି ବର୍ଷିଛି । ଘଟଣାକୁ ବର୍ବରତା ଓ ଅମାନୁଷିକ ବୋଲି ବିଜେଡି କହିଛି ।