୬ ଘଣ୍ଟିଆ ଭୁବନେଶ୍ବର ବନ୍ଦ ଡାକରା ପ୍ରତ୍ୟାହାର କଲା ବିଜେଡି
ଭୁବନେଶ୍ବର (ସଂକେତ ଟିଭି): ଭରତପୁର ଥାନାରେ ମେଜର ଓ ତାଙ୍କ ବାନ୍ଧବୀଙ୍କୁ ପୋଲିସ ନିର୍ଯାତନା ମାମଲାରେ ଆସନ୍ତାକାଲି ହେବାକୁ ଥିବା ବିଜେଡିର ୬ ଘଣ୍ଟିଆ ହରତାଳକୁ ପ୍ରତ୍ୟାହାର କରିନିଆଯାଇଛି। ବିଚାର ବିଭଗୀୟ ତଦନ୍ତ ନିର୍ଦ୍ଦେଶ ପରେ ହରତାଳ ପ୍ରତ୍ୟାହାର ପାଇଁ ବିଜେଡି ପକ୍ଷରୁ ଏହି ନିଷ୍ପତ୍ତି ନିଆଯାଇଛି। ଏନେଇ ଆଜି ଶଙ୍ଖ ଭବନରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଦଳର ବରିଷ୍ଠ ନେତା ଦେବୀ ମିଶ୍ର ସୂଚନା ଦେଇଛନ୍ତି।
ବିଜେଡିର ସମନ୍ୱୟ କମିଟି ଅଧ୍ୟକ୍ଷ ଦେବୀ ପ୍ରସାଦ ମିଶ୍ର କରିଛନ୍ତି,”ଭରତପୁର ଥାନା ଘଟଣା ସାରା ଭାରତକୁ ଆନ୍ଦୋଳିତ କରିଛି । ନିର୍ଯାତନା ଓ ଅଶ୍ଳୀଳ ବ୍ୟବହାର ଯାହା ଥାନାରେ କରାଯାଇଛି । ବିଭିନ୍ନ ବର୍ଗ ଓ ସଂଗଠନ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଥିଲେ । ମହିଳା ବିଜେଡି ବି ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ସ୍ମାରକପତ୍ର ଦେଇ ହସ୍ତକ୍ଷେପ ପାଇଁ ଅନୁରୋଧ କରିଛି । ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ଏ ଘଟଣାରେ ଚାରି ଦିନ ତଳେ ବିଚାର ବିଭାଗୀୟ ତଦନ୍ତ ଓ ହାଇକୋର୍ଟ ମନିଟରିଂ ପାଇଁ ଦାବି କରିଥିଲେ । ଗତକାଲି ରାତିରେ ରାଜ୍ୟ ସରକାର ବୈଠକ ନେଇ ନବୀନ ପଟ୍ଟନାୟକଙ୍କ ଦାବି ମାନିଥିଲେ । ତେଣୁ ଆସନ୍ତାକାଲି ଯେଉଁ ୬ ଘଣ୍ଟିଆ ଭୁବନେଶ୍ୱର ବନ୍ଦ ନିଷ୍ପତ୍ତି ନେଇଥିଲା ବିଜେଡି, ସେଥିରୁ ଓହରିଲା ଦଳ ।’’
ସେ କହିଛନ୍ତି ଯେ ବିଜେଡି ସଭାପତିଙ୍କ ଅନୁମୋଦନରେ କ୍ରମେ ବିଜେଡି ଆନ୍ଦୋଳନ ସାମହିକ ଭାବେ ପ୍ରତ୍ୟାହାର କରାଯାଇଛି । ନାଗରିକଙ୍କ ହଇରାଣ ବିଜେଡି ଚାହୁଁନି । ସରକାର ଆମ ଦାବି ମାନିଛନ୍ତି, ତେଣୁ 60ଦିନ ଭିତରେ ନିରପେକ୍ଷ ଯାଞ୍ଚ ଓ ସହଯୋଗ ରହି ପ୍ରକୃତ ସତ୍ୟ ବାହାରି ପୀଡିତା ନ୍ୟାୟ ପାଇବେ ବୋଲି ଆଶା ।