FeaturedLatestNews

ମେଜର ଓ ବାନ୍ଧବୀଙ୍କ ପରିଚୟ ସାର୍ବଜନୀନ କରିବାକୁ ବାରଣ କଲେ ହାଇକୋର୍ଟ

ଭୁବନେଶ୍ବର (ସଂକେତ ଟିଭି): ଭରତପୁର ଥାନାରେ ଜଣେ ସେନା ଅଧିକାରୀ ଓ ତାଙ୍କ ବାନ୍ଧବୀଙ୍କ ପ୍ରତି ପୋଲିସର ବ୍ୟଭିଚାର ଘଟଣାକୁ ନେଇ ହାଇକୋର୍ଟରେ ଜନସ୍ୱାର୍ଥ ମାମଲା ଋୁଜୁ ହୋଇଛି । ଏହି ଘଟଣା ପ୍ରସଙ୍ଗରେ ଆର୍ମି ମେଜର ଏବଂ ତାଙ୍କ ବାନ୍ଧବୀଙ୍କ ପରିଚୟ ସାର୍ବଜନୀନ କରାଯିବ ନାହିଁ ବୋଲି ହାଇକୋର୍ଟ ରାୟ ରଖିଛନ୍ତି । ସେହିପରି ସମସ୍ତ ଥାନାରେ ସିସିଟିଭି ଲଗାଇବାକୁ ଏଡିଜିଙ୍କୁ ହାଇକୋର୍ଟଙ୍କ ନିର୍ଦ୍ଦେଶ ଦେଇଛନ୍ତି ।

ସେହିପରି ଅଭିଯୁକ୍ତଙ୍କ ପରିଚୟ ମଧ୍ୟ ସାର୍ବଜନୀନ କରାଯିବ ନାହିଁ । ମାମଲାର ତଦାରଖ କରିବାକୁ ହାଇକୋର୍ଟ ମନା କରିଛନ୍ତି । ଅକ୍ଟୋବର ୮ ତାରିଖରେ କୋର୍ଟ ମାମଲାର ପରବର୍ତ୍ତୀ ଶୁଣାଣି କରିବେ । ଏହି ମାମଲାରେ ରାୟ ରଖି ହାଇକୋର୍ଟ କହିଛନ୍ତି ଯେ ଆଜିଠୁ କୌଣସି ବୈଦ୍ୟୁତିକ, ମୁଦ୍ରଣ ଏବଂ ସାମାଜିକ ଗଣମାଧ୍ୟମରେ ସେନା ଅଧିକାରୀ ଏବଂ ତାଙ୍କ ବାନ୍ଧବୀଙ୍କ ପରିଚୟ ସାର୍ବଜନୀନ ହେବ ନାହିଁ ।ସେହିପରି ଅଭିଯୁକ୍ତଙ୍କ ନାମ ମଧ୍ଯ ସାର୍ବଜନୀନ କରିପାରିବେ ନାହିଁ ।

ଓଡ଼ିଶାର ୬୫୦ରୁ ୫୭ ଥାନାରେ ସିସିଟିଭି ନାହିଁ। ଭରତପୁର ଥାନାରେ ସିସିଟିଭି ନ ଥିବା ନେଇ ହାଇକୋର୍ଟ ଅସନ୍ତୋଷ ବ୍ୟକ୍ତ କରିବା ସହ ଏଡିଜି ( Modernisation) ଦୟାଲ ଗଙ୍ଗଓ୍ବାର ରାଜ୍ୟର ସମସ୍ୟ ଥାନାର ସିସିଟିଭି କ୍ୟାମେରା ନେଇ ଷ୍ଟାଟସ ରିପୋର୍ଟ ପ୍ରଦାନ କରିବା ନେଇ ନିର୍ଦେଶ ଦେଇଛନ୍ତି ।