ଗୀତ ଚୋରି ଅଭିଯୋଗରେ ସାଇବର ଥାନାର ଦ୍ବାରସ୍ଥ ହେଲେ ପମି
ଭୁବନେଶ୍ୱର (ସଂକେତ ଟିଭି): ୧୪ ବର୍ଷ ତଳର ପୁରୁଣା ଗୀତ ଚୋରି ଅଭିଯୋଗରେ କଣ୍ଠଶିଳ୍ପୀ ପମି ମିଶ୍ର ଓ ପ୍ରଯୋଜକ ପୁର୍ଣ୍ଣଚନ୍ଦ୍ର ବେହେରା ସାଇବର ଥାନାର ଦ୍ବାରସ୍ଥ ହୋଇଛନ୍ତି । ଏନେଇ ସାଇସାଗର କ୍ରିଏସନ ଓ ପବିତ୍ର ଏଣ୍ଟରଟେଣ୍ଟମେଣ୍ଟ ନାଁରେ ସେମାନେ ସାଇବର ଥାନାରେ ଅଭିଯୋଗ କରିଛନ୍ତି । କଣ୍ଠଶିଳ୍ପୀ ପମି କହିଛନ୍ତି ପ୍ରତିଭା ଦାସଙ୍କ ନାମରେ ଅଭିଯୋଗ ଆଣି କହିଛନ୍ତି ସେ ଗାଇଥିବା ଗୀତକୁ ସାଇ ସାଗର କ୍ରିଏସନ୍ରେ ଅପଲୋଡ କରାଯାଇଛି। ସେ ଗାଇଥିବା ଗୀତ ‘ବୋଉ ଲୋ ବୋଉ’କୁ ପ୍ରତିଭା ଦାସ ତାଙ୍କ ନାମ ଦେଇ ଅପଲୋଡ କରିଥିବା ଅଭିଯୋଗ କରିଛନ୍ତି। ସେହିପରି ପ୍ରଯୋଜକ ପୂର୍ଣ୍ଣଚନ୍ଦ୍ର ବେହେରା ମଧ୍ୟ ତାଙ୍କ ଦୁଇଟି ଗୀତ ଚୋରି ହୋଇଥିବା ନେଇ ଥାନାରେ ଅଭିଯୋଗ କରିଛନ୍ତି। ପ୍ରତିଭା ଦାସ ଓ ପ୍ରସନ୍ନ କୁମାର ଉପାଧ୍ୟାୟ ଓ ତାଙ୍କ ଚ୍ୟାନେଲ ନାମରେ ପମି ମିଶ୍ର ପୂର୍ବରୁ ମଧ୍ୟ ମାନହାନି ମୋକଦ୍ଦମା କରିଛନ୍ତି ।