ମାନହାନୀ ମାମଲାରେ ସଞ୍ଜୟ ରାଉତ ଦୋଷୀ ସାବ୍ୟସ୍ତ, ଯିବେ ୧୫ ଦିନ ଜେଲ୍
ନୂଆଦିଲ୍ଲୀ (ସଂକେତ ଟିଭି): ମୁମ୍ବାଇ ମେଟ୍ରୋପଲିଟାନ କୋର୍ଟ ମାନହାନୀ ମାମଲାରେ ଶିବସେନା ନେତା ସଞ୍ଜୟ ରାଉତଙ୍କୁ ଦଣ୍ଡିତ କରିଛନ୍ତି । ସଞ୍ଜୟ ରାଉତଙ୍କୁ ୧୫ ଦିନ ଜେଲ ସହ ୨୫ ହଜାର ଜରିମାନା କରାଯାଇଛି। ବିଜେପି ନେତା କିରିଟ ସୋମାୟାଙ୍କ ପତ୍ନୀ ଏକ ମାନହାନି ମୋକଦ୍ଦମା କରିଥିଲେ। ଶୌଚାଳୟ ନିର୍ମାଣରେ ୧୦୦ କୋଟିର ଦୁର୍ନୀତି ହୋଇଥିବା ସଞ୍ଜୟ କହିଥିଲେ ।
ସୂଚନା ଅନୁସାରେ ବିଜେପି ନେତା କିରୀଟ ସୋମାୟାଙ୍କ ପତ୍ନୀ ମେଧା କିରିଟ ସଞ୍ଜୟଙ୍କ ବିରୋଧରେ ମାନହାନୀ ମାମଲା ଦାୟର କରିଥିଲେ। ସଞ୍ଜୟ ମେଧାଙ୍କ ବିରୋଧରେ ଶୌଚାଳୟ ନିର୍ମାଣରେ ୧୦୦କୋଟିର ଦୁର୍ନୀତି ହୋଇଥିବା ଅଭିଯୋଗ ଆଣିଥିଲେ। ସଞ୍ଜୟ ଅଭିଯୋଗ କରିଥିଲେ ମୁମ୍ବାଇର ମୀରା ଭାୟନ୍ଦର ଅଞ୍ଚଳରେ ଶୌଚାଳୟ ନିର୍ମାଣରେ ୧୦୦କୋଟିର ଦୁର୍ନୀତିରେ ବିଜେପି ନେତା କିରିଟ ସୋମାୟା ଏବଂ ତାଙ୍କ ପତ୍ନୀ ମେଧା କିରିଟଙ୍କ ଏନଜିଓ ସମ୍ପୃକ୍ତି ରହିଥିଲା। ଏହି ଅଭିଯୋଗକୁ ଭିତ୍ତିହୀନ କହିବା ସହ ବିଜେପି ନେତା ଖଣ୍ଡନ କରିଥିଲେ। ଏହାପରେ ସଞ୍ଜୟଙ୍କ ବିରୋଧରେ ମାନହାନୀ ମୋକଦ୍ଦମା ଦାୟର କରିଥିଲେ।