FeaturedLatestNews

ଆପତ୍ତିଜନକ ପୋଷ୍ଟକୁ ନେଇ ପୋଲିସ ଉପରକୁ ପଥର ମାଡ଼; ୩ ଆହତ

ଭଦ୍ରକ (ସଂକେତ ଟିଭି): ସୋଶାଲ୍‌ ମିଡ଼ିଆ ପୋଷ୍ଟକୁ ନେଇ ଆଜି ଭଦ୍ରକ ସହରର ସଣ୍ଠିଆ ନିକଟରେ ପୋଲିସ ଉପରେ ଆନ୍ଦୋଳନକାରୀ ଟେକା ପଥର ମାଡ କରିଛନ୍ତି । ଏଥିରେ ତିନିଜଣ ପୋଲିସ କର୍ମଚାରୀ ଆହତ ହୋଇଛନ୍ତି । ପୁରୁଣା ବଜାରକୁ ଅନିର୍ଦ୍ଦିଷ୍ଟ କାଳ ଯାଏ ବନ୍ଦ ଘୋଷଣା କରାଯାଇଛି । ଅଘଟଣ ଆଶଙ୍କାରେ ୭ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ କରାଯାଇଛି। ତୁରନ୍ତ ଦୋକାନ ବଜାର ବନ୍ଦ କରିବାକୁ ନିର୍ଦ୍ଦେଶ ଦିଆଯାଇଛି ।

ଫେସବୁକରେ ହୋଇଥିବା ଆପତ୍ତିଜନକ ପୋଷ୍ଟକୁ ନେଇ କିଛି ବ୍ୟକ୍ତି ବିରୋଧ କରିଥିଲେ। ଏପରିକି ପୋଷ୍ଟ କରିଥିବା ବ୍ୟକ୍ତିଙ୍କୁ ଗିରଫ କରିବାକୁ ସେମାନେ ଦାବି କରିଥିଲେ। ହେଲେ ସେମାନଙ୍କୁ ଗିରଫ କରାଯାଇନଥିଲା। ଯାହାର ପ୍ରତିବାଦରେ ଆଜି ଅପରାହ୍ନରେ ଶୋଭାଯାତ୍ରା କରାଯାଇଥିଲା। ୫୦ରୁ ଅଧିକ ଲୋକ ଶୋଭାଯାତ୍ରାରେ ଯାଉଥିବା ବେଳେ ସନ୍ଥିଆ ନିକଟରେ ପୋଲିସ୍‌ ସେମାନଙ୍କୁ ଅଟକାଇଥିଲା। ଶୋଭାଯାତ୍ରା ନକରିବା ପାଇଁ କହିଥିଲା। ହେଲେ ସେମାନେ ରାଜି ହୋଇନଥିଲେ। ପୋଷ୍ଟ କରିଥିବା ବ୍ୟକ୍ତିଙ୍କୁ ଗିରଫ କରିବା ପାଇଁ ଅଡି ବସିଥିଲେ।

ପରେ ସେମାନେ ପୋଲିସ ଉପରକୁ ମଧ୍ୟ ପଥରମାଡ ହୋଇଥିଲା । ପଥରମାଡରେ ଟାଉନ୍‌ ଥାନା ଅଧିକାରୀ ଅଜୟ ସୁଦର୍ଶନ ବାଗେ ଓ ଏସ୍‌ଆଇ ରୋଜେନ ମୁର୍ମୁ ଆହତ ହୋଇ ମେଡିକାଲରେ ଭର୍ତ୍ତି ହୋଇଛନ୍ତି। ପଥର ମାଡ଼ରେ ସିଟି ଡିଏସ୍‌ପି ଅଂଶୁମାନ ଦ୍ୱିବେଦୀ ମଧ୍ୟ ଆହତ ହୋଇଛନ୍ତି। ତାଙ୍କ ଗୋଡରେ ପଥର ବାଜିଛି। ଏଥିସହ ତହସିଲଦାରଙ୍କ ଗାଡି ଭାଙ୍ଗିଯାଇଛି । ରାସ୍ତାରେ ମଧ୍ୟ ପୋଡାଜଳା ହୋଇଥିଲା ।

ସ୍ଥିତି ଅଣାୟତ୍ତ ହେବାରୁ ପୋଲିସ୍‌ ମୃଦୁ ଲାଠି ଚାର୍ଜ କରିଥିଲା। ଯେଉଁଥିପାଇଁ ଉତ୍ତ୍ୟକ୍ତ ଲୋକମାନେ ଛତ୍ରଭଙ୍ଗ ଦେଇ ପଳାଇ ଯାଇଥିଲେ। ସୁରକ୍ଷା ଦୃଷ୍ଟିରୁ ୭ ପ୍ଲାଟୁନ୍‌ ପୋଲିସ୍‌ ଫୋର୍ସ ମୁତୟନ କରାଯାଇଛି।