FeaturedLatestNews

୨୪ ଘଣ୍ଟା କାମ କରିବା ପାଇଁ ଜିଲ୍ଲାପାଳ-ଏସପିଙ୍କୁ ବାର୍ତ୍ତା ଦେଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର (ସଂକେତ ଟିଭି): ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଜିଲ୍ଲାପାଳ ସମ୍ମିଳନୀ ଦ୍ବିତୀୟ ଦିବସରେ ଓଡିଶା ପୋଲିସ ବରିଷ୍ଠ ଅଧିକାରୀ, ଆରକ୍ଷୀ ଅଧିକ୍ଷକ ଏବଂ ଜିଲ୍ଲାପାଳଙ୍କୁ କଡା ବାର୍ତ୍ତା ଦେଇଛନ୍ତି । ରାଜ୍ୟରେ କିପରି ଲୋକଙ୍କୁ ସଠିକ୍ ସମୟରେ ସେବା ଯୋଗାଇବା ସହିତ ମହିଳା ଏବଂ ଶିଶୁଙ୍କ ପ୍ରତି ହିଂସା, ନିର୍ଯାତନା କମିବ ଏହା ଉପରେ ଆଲୋକପାତ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ ।

ସେ କହିଛନ୍ତି ଥାନାରେ ଥିବା ମହିଳା ଓ ଶିଶୁ ଡେସ୍କକୁ ଅଧିକ କାର୍ଯ୍ୟଶୀଳ କରାନ୍ତୁ । ୮ରୁ୧୦ ଘଣ୍ଟା ନୁହେଁ ୨୪ ଘଣ୍ଟା କାମ କରନ୍ତୁ । ବ୍ୟକ୍ତିର ଆଚରଣ ଓ ଉଚ୍ଚାରଣରେ ଅଧା ସମସ୍ୟା ସମାଧାନ ହୁଏ । ଥାନାକୁ ଆସୁଥିବା ଲୋକ ସହ ଆଚରଣ ଓ ଉଚ୍ଚାରଣ ସର୍ବଦା ଭଲ ରଖ । ଦିବ୍ୟାଙ୍ଗ ଓ ଅସହାୟଙ୍କ କଥା ଆଗ ବୁଝ, ନ୍ୟାୟ ପାଇଁ କେତେ ସେ କଷ୍ଟ କରନ୍ତି । ରାତି ଦୁଇଟାରେ ଯଦି କିଏ ଅଭିଯୋଗ ନେଇ ଆସୁଛି ତା ଅଭିଯୋଗକୁ ମଧ୍ୟ ଶୁଣନ୍ତୁ,” ।

ମୋହନ କହିଛନ୍ତି ଯେ “ମହିଳା ବିରୋଧୀ ଅପରାଧରେ ତୁରନ୍ତ ନ୍ୟାୟ ମିଳିବା ଦରକାର । ଅପରାଧୀଙ୍କ ପ୍ରତି ଶୂନ୍ୟ ସହନଶୀଳତା ନୀତି ପୋଷଣ କରନ୍ତୁ । ମହିଳାଙ୍କ ବିରୋଧୀ ଅପରାଧରେ ତୁରନ୍ତ ନ୍ୟାୟ ମିଳୁ । ମହିଳା ବିରୋଧୀ ଅପରାଧ ନେଇ ଜିଲ୍ଲାୱାରୀ ତଥ୍ୟ ପ୍ରଦାନ କର । ସପ୍ତାହକ ମଧ୍ୟରେ ତଦନ୍ତ ଓ ଦଣ୍ଡବିଧାନ ତଥ୍ୟ ଦେବାକୁ ନିର୍ଦ୍ଦେଶ । ଚୋର ଡାଳେ ଡାଳେ ଗଲେ ପୋଲିସ ପତ୍ରେ ପତ୍ରେ ଯିବା ଉଚିତ,” ।

ମୁଖ୍ୟମନ୍ତ୍ରୀ ପୁଣି କହିଛନ୍ତି, ଆମ କାମ ୮/୧୦ ଘଣ୍ଟାରେ ସରେନି, ୨୪ ଘଣ୍ଟା କାମ କରନ୍ତୁ । ଏପଟେ ମଡର୍ଣ୍ଣ ପୋଲିସିଂ ଉପରେ ଗୁରୁତ୍ୱ ଦେବା, ଓଡ଼ିଶା ପୋଲିସକୁ ଏକ ନମ୍ୱର କରିବା ବୋଲି ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା କହିଛନ୍ତି ।