ଡ୍ୟୁଟିକୁ ଫେରିଲେ ନର୍ସିଂ ଷ୍ଟାଫ
ଭୁବନେଶ୍ବର(ସଂକେତ ଟିଭି): ନର୍ସିଂ ଷ୍ଟାଫ କାର୍ଯ୍ୟବନ୍ଦ ଆନ୍ଦୋଳନରୁ ଆଜି ଡ୍ୟୁଟିକୁ ଫେରିଛନ୍ତି । ଶନିବାର ସଂଧ୍ୟାରେ ସ୍ବାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗଙ୍କ ସହ ଆଲୋଚନା ସଫଳ ହେବା ପରେ ନର୍ସିଂ ସଂଘ ଜାରି ରଖିଥିବା କାର୍ଯ୍ୟବନ୍ଦ ପ୍ରତ୍ୟାହାର ଘୋଷଣା କରିଥିଲେ । ଘୋଷଣା ମୁତାବକ ସେମାନେ ଆଜି ସେମାନେ ପୂର୍ବପରି କାର୍ଯ୍ୟରେ ଯୋଗଦାନ କରିଛନ୍ତି ।
ସ୍ବାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ ଓ ନର୍ସି ଷ୍ଟାଫ ସଂଘର କାର୍ଯ୍ୟକର୍ତ୍ତାଙ୍କ ମଧ୍ୟରେ ଏକ ଆଲୋଚନା ହୋଇଥିଲା । ଏଥିରେ ସକରାତ୍ମକ ଦିଗ ବାହାରିଥିଲା । ସରକାର ଏକ ଅନ୍ତବିଭାଗୀୟ କମିଟି ଗଠନ କରି ସଂଘର ଦାବି ପୂରଣ ସମ୍ପର୍କରେ ବିଚାର କରିବେ ବୋଲି ପ୍ରସ୍ତାବ ରଖିଥିଲେ । ସଂଘ ମଧ୍ୟ ଏହାକୁ ଗ୍ରହଣ କରି କାର୍ଯ୍ୟ ବନ୍ଦ ଆନ୍ଦୋଳନ ପ୍ରତ୍ୟାହାର ଘୋଷଣା କରିଥିଲା ।