୨ ଦିନିଆ ଝାଡ଼ଖଣ୍ଡ ଗସ୍ତରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ
ଭୁବନେଶ୍ବର (ସଂକେତ ଟିଭି): ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଆଜିଠାରୁ ୨ ଦିନିଆ ଝାଡ଼ଖଣ୍ଡ ଗସ୍ତରେ ଯାଇଛନ୍ତି । ଭୁବନେଶ୍ବର ବିମାନ ବନ୍ଦରରୁ ସେ ସ୍ବତନ୍ତ୍ର ବିମାନରେ ଝାଡଖଣ୍ଡ ଯାତ୍ରା କରିଛନ୍ତି । ମୁଖ୍ୟମନ୍ତ୍ରୀ ମୋହନ ମାଝୀ ରାଞ୍ଚିରେ ପହଞ୍ଚିବା ପରେ ସେଠାରୁ ସ୍ବତନ୍ତ୍ର ବିମାନ ଯୋଗେ ସିଧାସଳଖ ପଶ୍ଚିମ ସିଂହଭୂମର ଜଗନ୍ନାଥପୁର ଯାତ୍ରା କରିଥିଲେ । ଆଜି କୋଲହାନ ସ୍ଥିତ ଦଳୀୟ ପରିବର୍ତ୍ତନ ରାଲିରେ ସାମିଲ ହେବା ପରେ ମାଝଗାଓଁ ସ୍କୁଲ ପଡିଆ ସ୍ଥିତ ଜନସଭାକୁ ସମ୍ବୋଧିତ କରିଛନ୍ତି । ପରେ ସେଠାରୁ ଚାଇଁବାସା ସ୍ଥିତ ସରକିଟ୍ ହାଉସରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ରାତ୍ର ଯାପନ କରିବେ। ପରେ କାଲି(ମଙ୍ଗଳବାର) ଚାଇଁବାସାରେ ଜନସଭାରେ ହେବେ ସାମିଲ । ଅପରାହ୍ଣ ୪ଟା ସମୟରେ ସେ ଭୁବନେଶ୍ବର ଅଭିମୁଖେ ରାଞ୍ଚିରୁ ଉଡାଣ ଭରିବେ ବୋଲି ସୂଚନା ରହିଛି ।