ହରିୟାଣାରେ ‘ବିଜୟ ସଂକଳ୍ପ ରଥଯାତ୍ରା’ କରିବେ ରାହୁଲ ଗାନ୍ଧି
ନୂଆଦିଲ୍ଲୀ (ସଂକେତ ଟିଭି): ବିରୋଧୀ ଦଳ ନେତା ବା କଂଗ୍ରେସ ବରିଷ୍ଠ ନେତା ରାହୁଲ ଗାନ୍ଧି ନିର୍ବାଚନ ରାଲି ବଦଳରେ ହରିୟାଣାରେ ଏକ ବିଜୟ ସଂକଳ୍ପ ରଥଯାତ୍ରା କରିବାକୁ ଯାଉଛନ୍ତି । ସୋମବାର ଅର୍ଥାତ୍ ଆଜିଠୁ ‘ଭାରତ ଯୋଡ଼ୋ ଯାତ୍ରା’ ଭଳି ହରିୟାଣାରେ ରାହୁଲ ଏହି ଯାତ୍ରା ବାହାର କରିବେ।
ଏହି ବିଜୟ ସଂକଳ୍ପ ରଥଯାତ୍ରା ୭ଟି ବିଧାନସଭା ଅଞ୍ଚଳ ଦେଇଯିବ । ଏଥିରେ ନାରାୟଣଗଡ଼, ମୁଲାନା, ରାଦୌର, ଲାଡଓ୍ବା, ସଧୌରା, ପିପଲୀ ଏବଂ କୁରୁକ୍ଷେତ୍ର ବିଧାନସଭା ଆସନ ଫୋକସରେ ରହିବ । ରାହୁଲ ଗାନ୍ଧି ନିଜର ନିର୍ବାଚନୀ ପ୍ରଚାର ଅଭିଯାନ କରନାଲର ଅସନ୍ଧରୁ ଆରମ୍ଭ କରିବେ ।
ହରିୟାଣାରେ ଅକ୍ଟୋବର ୫ରେ ଭୋଟିଂ ହେବାକୁ ଥିବାବେଳେ ରାହୁଲଙ୍କ ବିଜୟ ସଂକଳ୍ପ ରଥଯାତ୍ରା ଅକ୍ଟୋବର ୩ ପର୍ଯ୍ୟନ୍ତ ଚାଲିବ । ଲୋକସଭା ନିର୍ବାଚନ ପୂର୍ବରୁ ରାହୁଲଙ୍କ ଭାରତ ଯୋଡ଼ୋ ଯାତ୍ରା କଂଗ୍ରେସକୁ ଫାଇଦା ଦେଇଥିଲା । ଏହାକୁ ଦୃଷ୍ଟିରେ ରଖି ହରିଆଣାରେ ବହୁସଂଖ୍ୟାରେ ଜନମତ ହାସଲ କରିବାକୁ କଂଗ୍ରେସ ଏପରି ମେଗା ପ୍ଲାନ୍ କରିଛି।