FeaturedLatestSports

ବାଂଲାଦେଶଠାରୁ ୨-୦ରେ ଟେଷ୍ଟ ସିରିଜ ଜିତିଲା ଭାରତ

କାନପୁର (ସଂକେତ ଟିଭି): ଭାରତୀୟ ଦଳ ବାଂଲାଦେଶକୁ କାନପୁରରେ ୭ ୱିକେଟ୍‌ରେ ବାଂଲାଦେଶକୁ ପରାସ୍ତ କରି ଟେଷ୍ଟ ସିରିଜକୁ ୨-୦ରେ କବଜା କରିଛି। ଏହି ବିଜୟ ସହିତ ବିଶ୍ବ ଟେଷ୍ଟ ଦଳ ମାନ୍ୟତା କ୍ଷେତ୍ରରେ ଭାରତୀୟ ଦଳ ନିଜ ପ୍ରଥମ ସ୍ଥାନ ବଜାୟ ରଖିଛି ।

କାନପୁର ଟେଷ୍ଟ ପୂର୍ବରୁ ଭାରତୀୟ ଦଳର ପଏଣ୍ଟ ପର୍ସେଣ୍ଟେଜ ସିଷ୍ଟମ (ପିସିଟି) ୭୧.୬୭ ଥିଲା, ଯାହା ଏହି ମ୍ୟାଚ ଜିତିବା ପରେ ବର୍ତ୍ତମାନ ୭୪.୨୪ କୁ ବୃଦ୍ଧି ପାଇଛି। ଅନ୍ୟପକ୍ଷରେ ବାଂଲାଦେଶ ବର୍ତ୍ତମାନ ସିଧା ସପ୍ତମ ସ୍ଥାନକୁ ଖସି ଆସିଛି।
ଅନ୍ୟ ଦଳ ବିଷୟରେ କହିବାକୁ ଗଲେ ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ୍‌ର ପଏଣ୍ଟ ଟେବୁଲରେ ଅଷ୍ଟ୍ରେଲିଆ ଦ୍ୱିତୀୟ ସ୍ଥାନରେ ରହିଛି। ଦଳର ପିସିଟି ବର୍ତ୍ତମାନ ୬୨.୫୦ ରହିଛି।

ଫାଇନାଲ ପୂର୍ବରୁ ଅଷ୍ଟ୍ରେଲିଆକୁ ଭାରତ ଏବଂ ଶ୍ରୀଲଙ୍କା ସହିତ ଏକ ଟେଷ୍ଟ ସିରିଜ୍ ଖେଳିବାକୁ ପଡିବ । ଯେତେବେଳେ କି ଶ୍ରୀଲଙ୍କା ଦଳ ୫୫.୬୫ ପିସିଟି ସହିତ ଏହି ଟେବୁଲରେ ତୃତୀୟ ସ୍ଥାନରେ ଅଛି। ଏହିପରି, ବର୍ତ୍ତମାନ ଏହି ତିନୋଟି ଦଳର ଫାଇନାଲରେ ପ୍ରବେଶ କରିବାର ସର୍ବାଧିକ ସମ୍ଭାବନା ଅଛି।

ଇଂଲଣ୍ଡ ଦଳ ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ୍‌ର ପଏଣ୍ଟ ଟେବୁଲରେ ଚତୁର୍ଥ ସ୍ଥାନରେ ରହିଛି। ଦଳର ପିସିଟି ବିଜୟ ହାର ୪୨.୧୯ ରହିଛି। ଏହି ତାଲିକାରେ ଦକ୍ଷିଣ ଆଫ୍ରିକା ଦଳ ପଞ୍ଚମ ସ୍ଥାନରେ ଥିବାବେଳେ ଏହା ପିସିଟି ୩୮.୮୯ ରହିଛି। ନ୍ୟୁଜିଲାଣ୍ଡର ଦଳ ୩୭.୫୦ ପିସିଟି ସହିତ ଷଷ୍ଠ ସ୍ଥାନରେ ରହିଛି। ଡବ୍ଲୁଟିସି ଫାଇନାଲ ପାଇଁ ପାକିସ୍ତାନ ଏବଂ ୱେଷ୍ଟଇଣ୍ଡିଜ୍‌ର ସମ୍ଭାବନା ପ୍ରାୟ ଶେଷ ହୋଇଛି। ସେମାନଙ୍କର ପିସିଟି ଯଥାକ୍ରମେ ୧୯.୦୫ ଏବଂ ୧୮.୫୨ ରହିଛି।

ତେବେ କାନପୁର ମ୍ୟାଚର ଦ୍ୱିତୀୟ ଏବଂ ତୃତୀୟ ଦିନରେ ଲଗାତାର ଦୁଇ ଦିନ ବର୍ଷା ହୋଇଥିଲା। ବର୍ଷା ହେବ ବୋଲି କେହି ଆଶା କରି ନ ଥିଲେ, କିନ୍ତୁ ରୋହିତଙ୍କ ନେତୃତ୍ବରେ ଟିମ୍ ଇଣ୍ଡିଆ ବିଜୟ ହାସଲ କରିଥିଲା। ଦ୍ବିତୀୟ ଇନିଂସରେ ବାଂଲାଦେଶ ଟିମ୍ ଇଣ୍ଡିଆକୁ ୯୫ରନ୍‌ର ଟାର୍ଗେଟ ଦେଇଥିଲା। ତେବେ ଭାରତୀୟ ଦଳ ତିନି ୱିକେଟ୍ ହରାଇ ଲକ୍ଷ୍ୟ ହାସଲ କରିଥିଲା।