ଭଦ୍ରକରେ ସ୍ବାଭାବିକ ହେଲା ଇଣ୍ଟରନେଟ ସେବା
ଭଦ୍ରକ (ସଂକେତ ଟିଭି): ଦୀର୍ଘ ୪ ଦିନ ପରେ ଭଦ୍ରକ ଜିଲ୍ଲାରେ ଇଣ୍ଟରନେଟ୍ ଆସିଛି । ହେଲେ ଏବେବି ଭଦ୍ରକ ସହରର ପୁରୁଣା ବଜାର , ଧାମନଗର ଓ ଦୋବଲ୍ ଅଞ୍ଚଳରେ ୧୬୩ ଧାରା ବଳବତ୍ତର ରହିଛି ।
ସୂଚନା ଅନୁଯାୟୀ,ବିବାଦୀୟ ଫେସବୁକ୍ ପୋଷ୍ଟ ପରେ ଭଦ୍ରକ ରେ ଅଶାନ୍ତି ସୃଷ୍ଠି ହୋଇଥିଲା । ଏପିରିକି ପରିସ୍ଥିତି ଉତ୍ତେଜନାପୂର୍ଣ୍ଣ ରହିଥିଲା । ଯାହାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାରଙ୍କ ତରଫରୁ ପ୍ରଥମେ ୪୮ ଘଣ୍ଟା ପାଇଁ ଇଣ୍ଟରନେଟରେ କଟକଣା ଜାରି କରିଥିଲା । ସ୍ଥିତିକୁ ଦେଖି ପୁଣି ଥରେ ୪୮ ଘଣ୍ଟା ପାଇଁ କଟକଣାକୁ ବଢ଼ାଯାଇଥିଲା। ବିନା ଇଣ୍ଟରନେଟରେ ଲୋକେ ଅନ୍ୟ ଜିଲ୍ଲା ସୀମାକୁ ଯାଉଥିଲେ ।
ଗତକାଲି ପୋଲିସ ମହାନିର୍ଦ୍ଦେଶକ ୱାଇ.ବି ଖୁରାନିଆ ଏବଂ ଆଇନ ଶୃଙ୍ଖଳା ଏଡିଜି ସଞ୍ଜୟ କୁମାର ଭଦ୍ରକ ତଥା ଧାମନଗର ଗସ୍ତରେ ଯାଇ ସ୍ଥିତି ସମୀକ୍ଷା କରିଥିଲେ । ଡିଜିପି ଓ ତାଙ୍କ ଟିମ୍ ପୁରୁଣା ବଜାର ଥାନା ଓ ଅନ୍ୟାନ୍ୟ ସ୍ଥାନ ପରିଦର୍ଶନ କରି ସ୍ଥିତି ସମୀକ୍ଷା କରିଥିଲେ । ଭଦ୍ରକ ଏସପି ଉତ୍ତରାଞ୍ଚଳ ଡିଆଇଜି ଓ ଅନ୍ୟ ଅଧିକାରୀମାନେ ଡିଜିଙ୍କୁ ବର୍ତ୍ତମାନର ସ୍ଥିତି ସମ୍ପର୍କରେ ଅବଗତ କରିଥିଲେ । ଅନ୍ୟପଟେ ଗତକାଲି ମଧ୍ୟରାତ୍ରିରୁ ଭଦ୍ରକରେ ଇଣ୍ଟରନେଟ ସେବା ସ୍ବାଭାବିକ ହୋଇଛି ।